ଭୁବନେଶ୍ବର: ଆଜି ମୟୁରଭଞ୍ଜର ବାରିପଦା ମେହେର କଲୋନି ସ୍ଥିତ ସହିଦ ସ୍ମୃତି ଭବନରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଏସ୍ସି-ଏସ୍ଟି ହବ୍ କନ୍କ୍ଲେଭ୍ ଆୟୋଜନ କରାଯିବ। ଉଦ୍ୟମିତ ସଂସ୍କୃତିର ପ୍ରସାର କରିବା ସହ ସରକାରଙ୍କ ବିଭିନ୍ନ ସ୍କିମ୍ ବିଷୟରେ ସଚେତନତା ସୃଷ୍ଟି କରିବା ଏହି କନ୍କ୍ଲେଭର ଉଦ୍ଦେଶ୍ୟ ବୋଲି ଜାତୀୟ ଏସ୍ଟି-ଏସ୍ସି ହବ୍ର ମହାପ୍ରବନ୍ଧକ (ଏସ୍ଜି) କେ କେ ଶର୍ମା କହିଛନ୍ତି।
ଓଡ଼ିଶା ପ୍ରେସ୍ କ୍ଲବ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଏହି କନ୍କ୍ଲେଭ୍ରେ ସିଏଜି ଗିରିଶ ମୁର୍ମୁ, ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ଓ ଏମ୍ଏସ୍ଏମ୍ଇ ସଚିବ ବି ବି ସ୍ବାଇଁ ଅତିଥି ଭାବେ ଯୋଗ ଦେବେ। ମୟୂରଭଞ୍ଜ ଓ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଏସ୍ସି-ଏସ୍ଟି ଉଦ୍ୟୋଗୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ଅବସରରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅମିତ ମୁଖାର୍ଜୀ, ଏନ୍ଏସ୍ଆଇସି-ଏନ୍ଏସ୍ଏସ୍ଏଚ୍ର ବିଏମ୍ ଶୁଭାଶିଷ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ।