ଭୁବନେଶ୍ବର: ମହିଳାମାନେ ଅର୍ଥନୌତିକ କ୍ଷେତ୍ରରେ ଆଗକୁ ବଢ଼ି‌ଲେ, ରାଜ୍ୟ ଆଗକୁ ବଢ଼ିବ। ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ। ଆମ ସରକାର ସବୁସ୍ତରରେ ମହିଳାମାନଙ୍କୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଜି ଆଇଏନଡବ୍ଲ୍ୟୁଇସି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦ର ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଯୋଗଦେଇ କହିଲେ, ‌ ସରକାରୀ ସ୍ତରରେ ମହିଳାଙ୍କ ପାଇଁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ମହିଳାଙ୍କ ପାଇଁ ଯୋଜନାର ସରଳୀକରଣ, ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ସ୍ବତନ୍ତ୍ର ଗ୍ୟାଲେରି, ସରକାରୀ କାର୍ଯ୍ୟାଳୟରେ ଉପଯୁକ୍ତ ସମ୍ମାନ ଓ ପ୍ରାଧାନ୍ୟ ଦେଲେ ମହିଳାଙ୍କ ଆତ୍ମବିଶ୍ବାସ ବଢ଼ିବ ବୋଲି ସେ କହିଥିଲେ। 

Advertisment

କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ଅଧ୍ୟକ୍ଷ ରାଜୀବ ସାହୁ ଆଇସିସି ଓଡ଼ିଶା ପାଇଁ ସରକାରୀ ଜମି ଯୋଗାଇ ଦେବାକୁ ଉପମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଇଏନ୍‌ଡବ୍ଲ୍ୟୁଇସିର ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସହ ଆବାହକ ସ୍ବାତୀ କେଜ୍ରିୱାଲ୍‌ ଓ ଜେ ପି ପାଲ୍‌ ମେଳା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଉଦୀୟମାନ ଶିଶୁ ଉଦ୍ୟୋଗୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।  

ଅନ୍ୟ ପକ୍ଷରେ, ଉନ୍ନୟନ କମିସନର ତଥା ଯୋଜନା ଓ ସମନ୍ୱୟ ବିଭାଗ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଲିଙ୍ଗଗତ ଅଭିବୃଦ୍ଧି ଦିଗରେ ଓଡ଼ିଶାର ପ୍ରଗତିଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସେହିପରି କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଶୀତ କଣ୍ଠ ଦାସ ଯୋଗଦେଇ ପ୍ରେଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ଲୁକ୍ସ ସେଲୁନ୍‌ ସିଇଓ ସମୀର ଶ୍ରୀବାସ୍ତବଙ୍କ ସହ ମହିଳା ଉଦ୍ୟୋଗୀ ସୋନି ସାମଲ ‘ମହିଳା ଉଦ୍ୟୋଗୀ କିପରି ନିଜର ବ୍ରାଣ୍ଡକୁ ନେଇ ବ୍ୟବସାୟୀକ ସଫଳାତା ହାସଲ କରିବ’ ବିଷୟ ଉପରେ ଆଲୋଚନା କରିଥିଲେ। ଆଜି ‌ମେଳାର ତୃତୀୟ ଦିବସରେ ପ୍ରବଳ ଭିଡ଼ ଦେଖଇବାକୁ ମିଳିଥିଲା। ମୁଖ୍ୟତଃ ଷ୍ଟଲ୍ ମାନଙ୍କରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା।

ମୁଁ ଓଡ଼ିଶାବାସୀଙ୍କୁ ଭଲ ପାଏ: ସୁସ୍ମିତା ସେନ୍

dggdcvcv

ଭୁବନେଶ୍ବର: ଆଇଏନ୍‌ଡବ୍ଲ୍ୟୁଇସି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ ଅଭିନେତ୍ରୀ ତଥା ମିସ୍ ୟୁନିଭର୍ସ ସୁସ୍ମିତା ସେନ୍‌। ‘ଟ୍ରେଲ୍‌ବ୍ଲେଜିଂ ୱିଥ୍‌ ହାର୍ଟ: ସଶକ୍ତୀକରଣ, ଉଦ୍ୟମିତା ଏବଂ ପ୍ରଭାବ ସୃଷ୍ଟି’ ଶୀର୍ଷକରେ ଆଇଏନଡବ୍ଲ୍ୟୁଇସିର ଆବାହିକା ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିଥିଲେ। ସେ କହିଲେ, ଜୀବନରେ ପ୍ରତ୍ୟେକ କାର୍ଯ୍ୟ ସମ୍ଭବ। କୌଣସି କାମ ଛୋଟ ବଡ଼ ନୁହେଁ। ମହିଳାମାନଙ୍କ ଭିତରେ ଆତ୍ମବିଶ୍ବାସ ସହ ଦୃଢ଼ ସଂକଳ୍ପ ରହିଲେ ସେମାନେ ନିଶ୍ଚିତ ଆଗକୁ ବଢ଼ିପାରିବେ। ଉଚ୍ଚ ଶିକ୍ଷିତା ହେଲେ ନିଜ ଅଧିକାର ଜାଣିପାରିବେ ବୋଲି ସେ କହିଛନ୍ତି।  ସେ କହିଲେ, ଆଞ୍ଚଳିକ ଭାଷାରେ ଭଲ ଭଲ ସିନେମା ନିର୍ମାଣ କରାଯାଉଛି। ସୁଯୋଗ ଓ ସମ୍ଭାବନା ସୃଷ୍ଟି ହେଲେ ମୁଁ ଓଡ଼ିଆ ଫିଲ୍ମରେ କାମ କରିବି। ଏଥିସହ ମୁଁ ଓଡ଼ିଶାବାସୀଙ୍କୁ ବହୁତ ଭଲ ପାଏ ବୋଲି କହିଥିଲେ। ଏହି ଅବସରରେସେ ମହିଳା ସଫଳତା ହାସଲକାରୀ ଏବଂ ଯୁବ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।