ଭୁବନେଶ୍ୱର: ସହରାଞ୍ଚଳରେ ଲୋକମାନେ ପ୍ରାକୃତିକ ଗ୍ୟାସ୍କୁ ପାଇପ୍ ଜରିଆରେ ନିଜ ରୋଷେଇ ଘରେ ପାଇପାରୁଛନ୍ତି। ଏହି ସୁବିଧା ରାଜଧାନୀରେ ଆରମ୍ଭ ହୋଇଛି। ପାଇପ୍ ଜରିଆରେ ଯୋଗାଇ ଦିଆଯାଉଥିବାର ପ୍ରାକୃତିକ ଗ୍ୟାସ୍କୁ ପିଏନ୍ଜି କୁହାଯାଉଛି। ଏହା ଏକ ପରିବେଶ ମିତବ୍ୟୟୀ ଇନ୍ଧନ। ଯେହେତୁ ଏହା ପାଇପ୍ ଜରିଆରେ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚୁଛି, ତେଣୁ ଲୋକମାନଙ୍କୁ ଗ୍ୟାସ୍ ବୁକିଙ୍ଗ କରିବା, ପରିଚାଳନା, ଷ୍ଟୋରେଜ୍ ଏବଂ ସିଲିଣ୍ଡର୍ର ଓଜନ ମାପିବା ଆଦି କାମ କରିବାକୁ ପଡ଼ୁନାହିଁ। ହୋଟେଲ୍, ରେସ୍ତୋରାଁ, ହସପିଟାଲ୍, ଡେରି, ବେକରି, ଶୀତଳଭଣ୍ଡାର, ମଲ୍, ସପିଙ୍ଗ କମ୍ପ୍ଲେକ୍ସ, ଦୋକାନ, ଶିକ୍ଷାନୁଷ୍ଠାନ, ହଷ୍ଟେଲ୍ ଆଦିରେ ପ୍ରାକୃତିକ ଗ୍ୟାସ୍ର ବାଣିଜ୍ୟିକ ବ୍ୟବହାର ହୋଇପାରିବ। ପାଇପ୍ ଜରିଆରେ ଗ୍ୟାସ୍ ଯୋଗାଣ ଦ୍ୱାରା ପରିବହନ ଖର୍ଚ କମ ହୋଇତାଏ। ଜଗଦିଶପୁର-ହଳଦିଆ-ବୋକାରୋ-ଧାମରା ପାଇପ୍ଲାଇନ୍ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ପିଏନ୍ଜି ଆବଶ୍ୟକତା ପୂରଣ କରିବ। ରାଷ୍ଟ୍ରାୟତ୍ତ କଂପାନି ଗେଲ୍ର ଗ୍ରିଡ୍ରୁ ପିଏନ୍୍ଜି ଯୋଗାଣ କରାଯିବ। ଏହି ଗ୍ୟାସ୍ ବ୍ୟବହାର କରିବା ଦ୍ୱାରା ସିଲିଣ୍ଡର୍ ଯେଉଁ ଜାଗା ମାଡ଼ିବସେ ତାହା ଫାଙ୍କା ହୋଇଥାଏ। ଗ୍ୟାସ୍ ଲିକ୍ ହେବା, ସିଲିଣ୍ଡରରେ କମ୍ ଗ୍ୟାସ୍ ମିଳିବା, ସିଲିଣ୍ଡର ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିବା ଭଳି ସମସ୍ୟାରୁ ପିଏନ୍ଜି ନିସ୍ତାର ପ୍ରଦାନ କରିବ।