ନୂଆଦିଲ୍ଲୀ: ଗତ ପ୍ରାୟ ୬ ମାସ ତଳେ ଦେଶରେ ଲାଗୁ କରାଯାଇଥିବା ଏକକ ଟିକସ ବ୍ୟବସ୍ଥା ଜିଏସ୍ଟି( ସାମଗ୍ରୀ ଓ ସେବା ଟିକସ) ପରିସରକୁ ସରକାର ସମ୍ପ୍ରସାରଣ କରିବା ସମ୍ଭାବନା ରହିଛି। ଆସନ୍ତା କିଛି ମାସ ମଧ୍ୟରେ ଜିଏସ୍ଟି ପରିସରରେ ପ୍ରାକୃତିକ ଗ୍ୟାସ୍କୁ ସାମିଲ କରାଯାଇପାରେ।
ଯଦିଓ ଜିଏସ୍ଟି ପରିସରରେ ଅଧିକାଂଶ ସାମଗ୍ରୀ ରଖାଯାଇଛି ତଥାପି ଅଶୋଧିତ ତେଲ, ବିମାନ ଇନ୍ଧନ ବା ଏଟିଏଫ୍, ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ଆଦିକୁ ଏହାର ପରିସର ବାହାରେ ରଖାଯାଇଛି। ଅର୍ଥାତ ଏସବୁ ସାମଗ୍ରୀ ଉପରେ ପୂର୍ବଭଳି କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ଭାଟ୍ ଆଦାୟ ହେଉଛି। ତେବେ ୨୦୧୮ରେ ଏଥିରେ ପରିବର୍ତନ ଆସିପାରେ। ଅତିକମ୍ରେ ପ୍ରାକୃତିକ ଗ୍ୟାସ୍ରେ ପରିବର୍ତନ କରାଯାଇପାରେ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନ ରାଜସ୍ୱ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତାଙ୍କ ମତରେ ଉପରୋକ୍ତ ୫ଟି ଯାକ ପେଟ୍ରୋଲିୟମ ତ୍ତତ୍ପାଦ ମଧ୍ୟରୁ ପ୍ରାକୃତିକ ଗ୍ୟାସକୁ ଜିଏସ୍ଟି ପରିସରକୁ ଆଣିବା ଅପେକ୍ଷାକୃତ ସହଜ। ସେ ଏହା ମଧ୍ୟ କହିଛନ୍ତି କୋଇଲା ଉପରେ ଏବେ ୫ ପ୍ରତିଶତ ଜିଏସ୍ଟି ଲାଗୁ କରାଯାଉଛି। ତେଣୁ ପ୍ରାକୃତିକ ଗ୍ୟାସ ଉପରେ ମଧ୍ୟରେ ୫ ପ୍ରତିଶତ ଜିଏସ୍ଟି ଲାଗୁ କରାଯାଇପାରେ। ଏହାହେଲେ ରାଜ୍ୟଗୁଡ଼ିକ ସିଏନ୍ଜି ଦର ସହିତ ପାଇପ ଯୋଗେ ରୋଷେଇ ଘରକୁ ଯୋଗାଇ ଦିଆଯାଉଥିବା ରନ୍ଧନ ଗ୍ୟାସ୍ର ଦର କମାଇ ପାରିବେ। ଆସନ୍ତା ଜାନୁଆରିରେ ହେବାକୁ ଥିବା ଜିଏସ୍ଟି ପରିଷଦର ବୈଠକରେ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସ୍କୁ ଜିଏସ୍ଟି ପରିସରକୁ ଆଣିବା ପାଇଁ ପ୍ରଚେଷ୍ଟା କରିପାରନ୍ତି। ତେବେ ଜିଏସ୍ଟି ପରିସରକୁ ନିକଟ ଭବିଷ୍ୟତରେ ରିଅଲ ଇଷ୍ଟେଟକୁ ଅଣାଯିବା ସମ୍ଭାବନା କମ୍ ରହିଛି।
ଜିଏସ୍ଟି ପରିସରକୁ ଆସିବ ପ୍ରାକୃତିକ ଗ୍ୟାସ୍!
/sambad/media/post_attachments/wp-content/uploads/2017/12/natural-gas-line.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)