ପ୍ରାକୃତିକ ଗ୍ୟାସ୍‌ ଦାମ୍ ୪୦% ବଢ଼ିଲା

ନୂଆଦିଲ୍ଲୀ : ପ୍ରାକୃତିକ ଗ୍ୟାସ୍‌ ମୂଲ୍ୟରେ ୪୦% ବୃଦ୍ଧି ଘୋଷଣା କରାଯାଇଛି। ଏହାର ପ୍ରଭାବରେ ପିଏନ୍‌ଜି ଓ ସିଏନ୍‌ଜି ଦାମ୍‌ ବୃଦ୍ଧି ପାଇବ। ଗ୍ୟାସ୍‌ କ୍ଷେତ୍ରରୁ ଉତ୍ପାଦନ କରାଯାଉଥିବା ପ୍ରାକୃତିକ ଗ୍ୟାସ୍‌ ଦାମ୍ ପ୍ରତି ନିୟୁତ ବ୍ରିଟିଶ ଥର୍ମାଲ ୟୁନିଟ୍ ପିଛା ୮.୫୭ ଡଲାରକୁ ବୃଦ୍ଧି କରାଯାଇଛି। କ‌ଷ୍ଟକର ଓ ନୂଆ କ୍ଷେତ୍ରରେ ଉତ୍ପାଦନ କରାଯାଉଥିବା ଗ୍ୟାସ୍‌ ଦାମ୍ ପ୍ରତି ନିୟୁତ ବ୍ରିଟିଶ ଥର୍ମାଲ ୟୁନିଟ୍‌ ପିଛା ୯.୯୨ ଡଲାରକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର