ଅନିଲଙ୍କୁ ଏଠାରୁ ବି ମିଳିଲା ନାହିଁ ମୁକ୍ତି, ମାର୍ଚ୍ଚ ୧୯ ଭିତରେ ଦେବାକୁ ପଡ଼ିବ ୪୫୩କୋଟି

ନୂଆଦିଲ୍ଲୀ: ଏରିକ୍ସନର ବକେୟା ଥିବା ଟଙ୍କା ପୈଠ କରିବା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିବା ସମୟସୀମା ଶେଷ ହେବା ପୂର୍ବରୁ ଏନ୍‌ସିଏଏଲଟି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)କୁ ୨୫୯କୋଟି ଟଙ୍କାର ଆୟକର ରିଫଣ୍ଡ ଜାରି କରିବାର ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି। ଏନ୍‌ସିଏଏଲଟିଙ୍କ କହିବାନୁସାରେ, ଏହି ମାମଲା ତାଙ୍କ କାର୍ଯ୍ୟ ପରିସରରେ ଆସୁ ନାହିଁ। କମ୍ପାନି ଏହି ରାଶି ଜରିଆରେ ଏରିକ୍ସନର ବକେୟା ରାଶି ପୈଠ କରିବାକୁ ଚାହୁଁଛି।

ସୁପ୍ରିମକୋର୍ଟ ଆରକମ ସମୂହର ଏରିକ୍ସନକୁ ୪୫୩କୋଟି ଟଙ୍କା ୪ସପ୍ତାହରେ ଅର୍ଥାତ୍‌ ମାର୍ଚ୍ଚ ୧୯ ତାରିଖ ଭିତରେ ପୈଠ କରିବାକୁ କହିଥିଲେ। ଶୀର୍ଷ ଅଦାଲତ କହିଥିଲେ, ଏରିକ୍ସନର ସବୁ ଟଙ୍କା ନ ଫେରାଇଲେ ଅନିଲଙ୍କୁ ତିନିମାସ ଜେଲ ଯିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ରିଲାଏନ୍ସ କୁମ୍ୟନିକେସନ୍‌(ଆରକମ୍‌) ମାଲିକ ଅନିଲ ଆମ୍ବାନିଙ୍କ କମ୍ପାନି ଆର୍‌କମ୍‌ର ନେଟଓ୍ଵାର୍କକୁ ଏରିକ୍ସନ ସମ୍ଭାଳୁଥିଲା। ଆର୍‌କମ୍‌ ବନ୍ଦ ହୋଇଯିବା ପରେ ଏରିକ୍ସନର ପେମେଣ୍ଟକୁ କମ୍ପାନି ଅଟକାଇ ଦେଇଥିଲା। ଏହା ବିରୋଧରେ ବିଦେଶୀ ସଂସ୍ଥା ଏରିକ୍ସନ ପକ୍ଷରୁ ଅନିଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର