ମାରୁତି ଓ ହ୍ୟୁଣ୍ଡାଇ ନୁହେଁ, ଏହି କମ୍ପାନିର କାରଗୁଡ଼ିକ ଦୁର୍ଘଟଣାର ଶିକାର ହେଲେ ବି ଆପଣ ସୁରକ୍ଷିତ ରହିବେ

ନୂଆଦିଲ୍ଲୀ: ଗ୍ଲୋବାଲ୍ ନ୍ୟୁ କାର୍ ଆସେସମେଣ୍ଟ ପ୍ରୋଗ୍ରାମ୍ (NCAP) ଦ୍ୱାରା ଭାରତର ସବୁଠାରୁ ସୁରକ୍ଷିତ କାରଗୁଡ଼ିକର ତାଲିକା ପ୍ରକାଶ ପାଇଛି | ଏହି ତାଲିକା ଜୁନ୍ ୨୦୨୨ ସୁଦ୍ଧା ଗ୍ରହଣ କରାଯାଇଥିବା ୩୫ଟି ମଡେଲ ଉପରେ ପ୍ରକାଶ କରାଯାଇଛି | ବଡ କଥା ଯେ ଏହି ତାଲିକାରେ ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ଓ ହ୍ୟୁଣ୍ଡାଇର ଗୋଟିଏ ବି କାର ସ୍ଥାନ ପାଇନାହିଁ | ଗ୍ଲୋବାଲ୍ ଏନସିଏପିରେ ୩୫ଟି ମେକ୍ ଇନ୍ ଇଣ୍ଡିଆ କାରର କ୍ରାସ୍ ପରୀକ୍ଷଣର ତାଲିକା ପ୍ରକାଶ ପାଇଛି | ଏହି ତାଲିକାରେ କେବଳ ୫ଟି ମଡେଲ  ଅଛି ଯାହାକୁ ୫ଟି ତାରକା ସୁରକ୍ଷା ମୂଲ୍ୟାୟନ ମିଳିଛି |

ଏହି ତାଲିକାରେ ଟାଟାର ୩ଟି ଏବଂ ମହିନ୍ଦ୍ରାର ୨ଟି ମଡେଲ ଅଛି | ଏଭଳି ପରିସ୍ଥିତିରେ, ଯଦି ଆପଣ ଏକ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆମେ ଆପଣଙ୍କୁ ଦେଶର ସବୁଠାରୁ ସୁରକ୍ଷିତ କାର ବିଷୟରେ କହିବୁ | ଯାହାଦ୍ୱାରା ଦୁର୍ଘଟଣା ଘଟିଲେ, ଆପଣ ଏବଂ ଆପଣଙ୍କ ପରିବାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ |

ଦେଶର ସବୁଠାରୁ ସୁରକ୍ଷିତ କାର ତାଲିକାରେ ଟାଟା ପୁଞ୍ଚ ପ୍ରଥମ ସ୍ଥାନରେ ରହିଛି। କ୍ରାସ୍ ପରୀକ୍ଷା ପାଇଁ ଗ୍ଲୋବାଲ୍ ଏନସିଏପି ଏହି ୫ ତାରକା ମୂଲ୍ୟାୟନ ପ୍ରଦାନ କରିଛି | ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି କାର ୧୭ରୁ ୧୬.୪୫ ପଏଣ୍ଟ ପାଇଥିବାବେଳେ | ଶିଶୁଙ୍କ ପାଇଁ ଏହା ୪୯ ରୁ ୪୦.୮୯ ସ୍କୋର ପାଇଛି | ଟାଟା ପୁଞ୍ଚର ପ୍ରାରମ୍ଭିକ ଶୋ’ରୁମ୍ ମୂଲ୍ୟ ୫.୮୨ ଲକ୍ଷ ଟଙ୍କା ଥିବାବେଳେ ଟପ୍ ମଡେଲର ମୂଲ୍ୟ ୯.୪୮ ଲକ୍ଷ ଟଙ୍କା ରହିଛି। ପୁଞ୍ଚ ପରେ ମହିନ୍ଦ୍ରାର ଏକସୟୁଭି୩୦୦( XUV300) ରହିଥିବାବେଳେ ସୁରକ୍ଷିତ କାର ତାଲିକାରେ ଟାଟା ଆଲଟ୍ରୋଜ ତୃତୀୟ ସ୍ଥାନରେ ରହିଛି। ଦେଶର ସବୁଠାରୁ ସୁରକ୍ଷିତ କାର ତାଲିକାରେ ଟାଟା ନେକ୍ସନ୍ ଚତୁର୍ଥ ସ୍ଥାନରେ ରହିଛି | ସେହିପରି ମହିନ୍ଦ୍ରା ଏକସୟୁଭି୩୦୦(XUV700) ପଞ୍ଚମ ସ୍ଥାନରେ ରହିଛି | ଏହି ୫ଟି କାରକୁ ୫ ଷ୍ଟାର ରେଟିଙ୍ଗ ମିଳିଛି |

ସମ୍ବନ୍ଧିତ ଖବର