ଭୁବନେଶ୍ବର: ଓଡ଼ିଶା ଏବଂ ଛତିଶଗଡ଼ ପାଇଁ ନବଗଠିତ ଏନ୍ସିଏଲ୍ଟି କଟକ ବେଞ୍ଚରେ ଗତ ୪ ମାସ ମଧ୍ୟରେ ୨୯୪ଟି ଦେବାଳିଆ ମାମଲାର ସମାଧାନ ହୋଇଛି। ଏଠାରେ ଥିବା ମୋଟ ମାମଲାର ପ୍ରାୟ ୫୦ ପ୍ରତିଶତ ମାମଲାରଫଇସଲା କରାଯାଇଛି ବୋଲି କଟକ ବେଞ୍ଚର ନ୍ୟାୟିକ ସଦସ୍ୟା ସୁଚରିତା ଆର୍. ସୂଚନା ଦେଇଛନ୍ତି।ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ପରିସରରେ ଇନସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି ବୋର୍ଡ ଅଫ୍ ଇଣ୍ଡିଆ (ଆଇବିବିଆଇ), ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ (ଆଇସିଏସଆଇ) ଏବଂ ଆଇସିଏସଆଇ ଇନଷ୍ଟିଚ୍ୟୁଟ୍ ଅଫ୍ ଇନସଲଭେନ୍ସି ପ୍ରଫେସନାଲ୍ସ ପକ୍ଷରୁ ଆଜି ଦେବାଳିଆ କୋଡ୍ (ଆଇବିସି) ଉପରେ ଆୟୋଜିତ ଜାତୀୟ ସ୍ତରର ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗଦେବା ଅବସରରେ ନ୍ୟାୟିକ ସଦସ୍ୟା ଏହି ସୂଚନା ଦେଇଛନ୍ତି। ଉଦଘାଟନୀ ଉତ୍ସବରେ ସେ ଉଦବୋଧନ ଦେଇ ବିଭିନ୍ନ ଅଦାଲତ ଏବଂ ମାମଲା ପରିଚାଳନାରେ କମ୍ପାନି ସେକ୍ରେଟାରିମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇବିବିଆଇର ସିଜିଏମ୍ ରାମେଶ୍ବର ଧରିୱାଲ, କମ୍ପାନି ବ୍ୟାପାର ମନ୍ତ୍ରାଳୟ, କଟକ କାର୍ଯ୍ୟାଳୟର ରେଜିଷ୍ଟ୍ରାର୍ ଅଫ୍ କମ୍ପାନିଜ୍ ତଥା ଅଫିସିଆଲ ଲିକ୍ବିଡେଟର ଅନନ୍ତ କୁମାର ସେଠୀ, ଆଇସିଏସଆଇର କେନ୍ଦ୍ରୀୟ ପରିଷଦ ସଦସ୍ୟ ସିଏସ୍ ସିଦ୍ଧାର୍ଥ ମୁରର୍କା, ଅଳ୍ପେଶ ମାନିଆ, ଡ ବିନୟ ଜେ କଟ୍ଟାଡିୟିଲ, ସିଏସ୍ ପ୍ରିୟଦର୍ଶୀ ନାୟକ, ସିଏସ ସୌମ୍ୟ ସୁଜିତ ମିଶ୍ର, ସିଏସ୍ ଦିବେଶ ଗୋୟଲ, ଆଇନଜୀବୀ ଗୋପାଳ କ୍ରିଷ୍ଣନ୍ ବି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେମିନାରରେ ବିଭିନ୍ନ ପେସାର ପ୍ରାୟ ୨୦୦ ବ୍ୟକ୍ତି ଯୋଗଦେଇଥିଲେ।
ଏନ୍ସିଏଲ୍ଟି କଟକ ବେଞ୍ଚରେ ୨୯୪ ମାମଲା ସମାଧାନ
/sambad/media/post_attachments/wp-content/uploads/2019/12/nclt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)