ଇଣ୍ଡିଆନ ବ୍ୟାଙ୍କର ନୂଆ କ୍ଷେତ୍ର ମହାପ୍ରବନ୍ଧକ

ଭୁବନେଶ୍ବର : ଇଣ୍ଡିଆନ୍ ବ୍ୟାଙ୍କ ଭୁବନେଶ୍ବର କାର୍ଯ୍ୟାଳୟର ନୂଆ କ୍ଷେତ୍ର ପ୍ରବନ୍ଧକ ଭାବେ ଏସ୍‌ ଏସ୍‌ ପି ରାୟ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ (ପଶ୍ଚିମ) ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ଥିଲେ। ୧୯୯୨ରେ ବ୍ୟାଙ୍କରେ କୃଷି ଅଧିକାରୀ ଭାବେ ଯୋଗ ଦେଇଥିବା ଶ୍ରୀ ରାୟ ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ କାର୍ଯ୍ୟ କରି ବିପୁଳ ଅଭିଜ୍ଞତା ହାସଲ କରିଛନ୍ତି। ଭୁବନେଶ୍ବର କ୍ଷେତ୍ର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଅଧୀନ‌ରେ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶର ୭ଟି ଅଞ୍ଚଳର ୫୧୯ଟି ଶାଖା ରହିଥିବା ବେଳେ ମୋଟ କାରବାର ୫୨ ହଜାର କୋଟି ଟଙ୍କା ରହିଛି। ଓଡ଼ିଶାର ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ଥିବା ତିନିଟି କାର୍ଯ୍ୟାଳୟ ଏହା ଅଧୀନରେ ରହିଛି।

ସମ୍ବନ୍ଧିତ ଖବର