ଏଣିକି ଅନ୍‌ଲାଇନ୍‌ କମ୍ପାନିଙ୍କ ସେବା ପାଇବାକୁ ହେଲେ ଆଧାର ଅନିବାର୍ଯ୍ୟ

ମୁମ୍ବାଇ: କେନ୍ଦ୍ରସରକାର ଏଣିକି ପ୍ରତ୍ୟେକଟି ସରକାରୀ କ୍ଷେତ୍ରରେ ଆଧାରକାର୍ଡକୁ ଅନିବାର୍ଯ୍ୟ କରିଦେଇଛନ୍ତି। ଏହାପରେ ଲୋକମାନେ ବିମା, ପଲିସି, ବ୍ୟାଙ୍କ ଆକାଉଣ୍ଟ, ସିମ୍‌ କାର୍ଡ ଆଦି ସହିତ ଆଧାର ସଂଯୋଗ କରିବାରରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଏଣିକି ଦେଶରେ ଅନ୍‌ଲାଇନ୍‌ ସେବା ପାଇବା ପାଇଁ ହେଲେ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଯାଇଛି। ଏହି କ୍ରମରେ ଇ-କମର୍ସ ପ୍ଲାଟଫର୍ମ ଆମାଜନ ଗ୍ରାହକଙ୍କୁ ୧୨ଅଙ୍କ ବିଶିଷ୍ଟ ୟୁନିକ୍‌ ଆଇଡେଣ୍ଟିଟି ନମ୍ବର େଓ୍ଵବସାଇଟ୍‌ରେ ଅପଲୋଡ କରିବାକୁ କହିଛନ୍ତି। ଆମାଜନର ଦାବି , ଏହି ଆଧାର ସଂଯୋଗ ଦ୍ୱାରା ଗ୍ରାହକଙ୍କ ହଜିଯାଉଥିବା ସାମଗ୍ରୀକୁ ଟ୍ରାକ୍‌ କରିବାରେ ସୁବିଧା ଓ ସହଜ ହୋଇପାରିବ।

ସେହିପରି ବେଙ୍ଗାଲୁରୁରେ ଭଡ଼ାରେ କାର ଦେଉଥିବା କମ୍ପାନି ଜୁମ କାର ମଧ୍ୟ ଗାଡି ନେବା ପାଇଁ ନାମ ପଞ୍ଜିକରଣ କରିବା ସମୟରେ ଆଧାର ନମ୍ବରକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ଏଣିକି ବିନା ଆଧାରରେ ଉତ୍ତର ଭାରତ ଓ ବିଜୟଓ୍ଵାଡା ଯାନବାହାନ ବୁକ୍‌ କରାଯାଇ ପାରିବ ନାହିଁ। କମ୍ପାନି ଜୁନ୍‌ ମାସରେ ଆଧାର ପରିଚୟ ପତ୍ର ସେୟାର କରିବା ପାଇଁ ସୂଚନା ଦେଇଥିଲେ। ବର୍ତ୍ତମାନ କମ୍ପାନି ଏକ ମାସ ମଧ୍ୟରେ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏହି ନିୟମ ଲାଗୁ କରିଛି।

ଆମାଜନ ପ୍ରବକ୍ତାଙ୍କ କହିବାନୁସାରେ, ଗ୍ରାହକଙ୍କ ପରିଚୟ ପାଇଁ ଅଧିକୃତ ଆଇଡେଣ୍ଟିଟି ପ୍ରୁଫ୍‌ର ଆବଶ୍ୟକତା ରହିଛି। ଏଥିପାଇଁ ଆମେ ଗ୍ରାହକଙ୍କୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆଧାରକୁ ଅପ୍‌ଲୋଡ କରିବା ପାଇଁ କହିଛୁ। ବର୍ତ୍ତମାନ ସମୟରେ ବିନା ଆଧାରରେ ଗ୍ରାହକଙ୍କୁ ସାମଗ୍ରୀ ଡେଲିଭରି କରାଯାଉଛି।

ସମ୍ବନ୍ଧିତ ଖବର