ନୀଲ୍‌କମଲ୍‌ର ବାର୍ଷିକ ଡିଲର୍‌ ସମ୍ମେଳନ

ଭୁବନେଶ୍ବର: ନୀଲ୍‌କମଲ୍‌ ଲିମିଟେଡ୍‌ର ବାର୍ଷିକ ଡିଲର୍‌ ସମ୍ମେଳନକୁ ଶ୍ରୀ ସାଇ ଏଣ୍ଟରପ୍ରାଇଜେସ୍‌ ସହଯୋଗରେ କଟକ ରୋଡ୍‌ର ଏକ ହୋଟେଲ୍‌ରେ ଆୟୋଜନ କରାଯାଇଛି। ବ୍ୟବସାୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୪୦ ଡିଲରଙ୍କୁ ପୁରସ୍କୃତ କରାଯାଇଛି। ମୋଲ୍‌ଡେଡ୍ ଏବଂ ‌ରେଡି ଫର୍ଣ୍ଣିଚର୍‌ ପାଇଁ ଡିଲର୍‌ଙ୍କ ନିମନ୍ତେ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି। ଏହି ଅବସରରେ କଂପାନିର ଜୋନାଲ୍‌ ମ୍ୟାନେଜର ଅମରନାଥ ଚୌଧୁରୀ, ଶାଖା ପ୍ରବନ୍ଧକ ପ୍ରତାପ ସାମନ୍ତରାୟ ଓ ଶ୍ରୀ ସାଇ ଏଣ୍ଟରପ୍ରାଇଜେସ୍‌ର ତତ୍ତ୍ବାବଧାୟକ ସସ୍ମିତା ରାଉତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର