ନୂଆଦିଲ୍ଲୀ: ଟମାଟୋ ଦରକୁ ନେଇ ଚାରିଆଡେ ହାହାକାର। ଏଭଳି ସମୟରେ ଭାରତର ସାହାଯ୍ୟ ପାଇଁ ନେପାଳ ଆଗେଇ ଆସିଛି।

Advertisment

ଜଣେ ନେପାଳ ଅଧିକାରୀଙ୍କ କହିବାନୁସାରେ, ଟମାଟୋ ପରିମାଣ ବୃଦ୍ଧି ପାଇଁ ନେପାଳରେ ଅଧିକ ମାତ୍ରାରେ ଟମାଟୋ ଉତ୍ପାଦନ କରାଯାଇଛି। ଏହି ଟମାଟୋକୁ ବିଶେଷ ଭାବେ ଉତ୍ତରପ୍ରଦେଶକୁ ପଠାଯିବ।

ଦେଶରେ ଟମାଟୋ ମୂଲ୍ୟ ଜୁଲାଇ ମାସରେ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା। ଏହି ଦର ବୃଦ୍ଧି ହୋଇ ଟମାଟୋ କିଲୋ ପିଛା ୩୦୦ଟଙ୍କାରେ ବିକ୍ରି ହୋଇଥିଲା। ଏବେ ଏହି ଦର କିଛି ମାତ୍ରାରେ ହ୍ରାସ ପାଇଥିବା ବେଳେ କିଛି ସ୍ଥାନରେ ସେମିତି ଟମାଟୋ ଦର ଆକାଶ ଛୁଆଁ ରହିଛି।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଟମାଟୋ ପଠାଉଥିବା ନେପାଳ ଭାରତ ସରକାରଙ୍କୁ ଏକ ଚିଠି ‌ଲେଖିଛି। ଏହି ଚିଠିରେ ସେ ଉଲ୍ଲେଖ କରିଛି କି ନେପାଳଙ୍କୁ ଯଦି ଚାଉଳ ଓ ଚିନି ପଠାଇବ ତେବେ ନେପାଳ ଦୀର୍ଘଦିନ ପର୍ଯ୍ୟନ୍ତ ଭାରତକୁ ଟମାଟୋ ଯୋଗାଇବ।

ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍‌ସିସିଏଫ୍‌) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।