ଉଡିପାରୁନି ଚୀନ ନିର୍ମିତ ବିମାନ, କମ ପଇସାରେ ବିକ୍ରି କରିବାକୁ ଚାଁହୁଛି ନେପାଳ

କାଠମାଣ୍ଡୁ: ନେପାଳ ଏୟାରଲାଇନ୍ସ ଏବେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଚାଇନାରେ ନିର୍ମିତ ବିମାନ ଏହାର ଏକ ପ୍ରମୁଖ କାରଣ । ବର୍ତ୍ତମାନ ନେପାଳ ଏୟାରଲାଇନ୍ସ ଏହାର ପାଞ୍ଚଟି ଚୀନ ନିର୍ମିତ ବିମାନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି କାରଣ ଏହି ବିମାନଗୁଡ଼ିକୁ ଲିଜ୍ ନେବାକୁ କେହି ଚାହୁଁ ନାହାଁନ୍ତି। ନେପାଳୀ ଗଣମାଧ୍ୟମ ଅନୁଯାୟୀ, ଏହି ବିମାନଗୁଡ଼ିକ ଉଡିବା ଅପେକ୍ଷା ଅନେକ ସମୟ ଧରି ଛିଡା ହୋଇ ରହିଛି | ଆଉ ନେପାଳ ଏୟାରଲାଇନ୍ସ ଉପରେ ଏହା ଆର୍ଥିକ ବୋଝ ସଦୃଶ ହୋଇଛି । ପ୍ରାୟ ୮ ବର୍ଷ ପୂର୍ବେ ନେପାଳ ଏୟାରଲାଇନ୍ସ ଚାଇନାରୁ ପ୍ରଥମ ବ୍ୟାଚ୍ ହାସଲ କରିଥିଲା। ବର୍ତ୍ତମାନ ଏୟାରଲାଇନ୍ସ ନିଷ୍ପତ୍ତି ନେଇଛି ଯେ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହାକୁ ବିକ୍ରି କରିବ। ୨୦୧୨ ରେ, ନେପାଳ ସରକାର ଚାଇନାରୁ ଚାରିଟି ୱାଇ୧୨ଇ ଏବଂ ଦୁଇଟି ଏମଏ୬୦ ବିମାନ କ୍ରୟ କରିଥିଲେ |

ଏଥିମଧ୍ୟରୁ ଗୋଟିଏ ବିମାନ ଦୁର୍ଘଟଣା ପରେ ଆଉ ଉଡିବା ସ୍ଥିତିରେ ନଥିବାବେଳେ ଅବଶିଷ୍ଟ ପାଞ୍ଚଟି ବିମାନ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ପାର୍କିଂରେ ଠିଆ ହୋଇଛନ୍ତି। ରକ୍ଷଣାବେକ୍ଷଣ ସମସ୍ୟା ସହ ଏହି ସବୁ ବିମାନର ଯନ୍ତ୍ରାଂଶ ଅଭାବ ବ୍ୟତୀତ ଏହି ବିମାନ ଉଡ଼ାଣ ପାଇଁ ପାଇଲଟ ମିଳିପାରୁ ନାହାନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏହି ସବୁ ସମସ୍ୟାକୁ ନେଇ ନେପାଳ ଏୟାରଲାଇନ୍ସ ଆଉ ଏହି ବିମାନଗୁଡ଼ିକୁ ରଖିବାକୁ ଚାଁହୁ ନାହିଁ। ନେପାଳ ଏୟାରଲାଇନ୍ସ ଦ୍ୱାରା ଧାର୍ଯ୍ୟ ହୋଇଥିବା ବିଡିଂ ସମୟସୀମା ହେଉଛି ଅକ୍ଟୋବର ୩୧ |

ନେପାଳ ଏୟାରଲାଇନ୍ସର କିଛି ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ବିମାନଗୁଡ଼ିକୁ ୨୦୧୪ ମସିହାରୁ ଚୀନଠାରୁ କିଣିବା ପରେ ନେପାଳ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ବର୍ତ୍ତମାନ କ୍ଷତି ବଢ଼ୁଥିବାରୁ ପରିସ୍ଥିତି ଏପରି ହୋଇଛି ଯେ ଏହି ବିମାନଗୁଡ଼ିକୁ କ୍ଷତି ମୂଲ୍ୟରେ ବିକ୍ରି କରିବାକୁ ପଡିବ। ନଭେମ୍ବର ୨୦୧୨ରେ, ନେପାଳ ଏୟାରଲାଇନ୍ସ କର୍ପୋରେସନ୍ ବିମାନ କ୍ରୟ ପାଇଁ ଚୀନ୍ ସରକାରଙ୍କ ଆଭିଏସନ୍ ଇଣ୍ଡଷ୍ଟ୍ରି କର୍ପୋରେସନ୍ ଅଫ୍ ଚାଇନା ସହିତ ଏକ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷର କରିଥିଲା।

ସମ୍ବନ୍ଧିତ ଖବର