ନେସ୍‌ଲେ ଇଣ୍ଡିଆ ସିଏମ୍‌ଡିଙ୍କ ଦରମା ୧୭ କୋଟି

ନୂଆଦିଲ୍ଲୀ : ନେସ୍‌ଲେ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ସୁରେଶ ନାରାୟଣନ ୨୦୧୯-୨୦ରେ ୧୭.୧୯ କୋଟି ଟଙ୍କାର ଦରମା ଘରକୁ ନେଇଛନ୍ତି। ଏହାର ପୂର୍ବବର୍ଷ ତାଙ୍କ ଦରମା ୧୬.୧୭ କୋଟି ଟଙ୍କା ଥିଲା। ଏଫ୍‌ଏମ୍‌ସିଜି ଶିଳ୍ପରେ ସେ ସର୍ବାଧିକ ଦରମା ପାଉଥିବା ସିଇଓ ଭାବେ ଉଭା ହୋଇଛନ୍ତି। ଏଥିରେ ସେ ହିନ୍ଦୁସ୍ତାନ ୟୁନିଲିଭରର ସିଏମ୍‌ଡି ସଞ୍ଜୀବ ମେହ୍‌ତାଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୮-୧୯ରେ ସଞ୍ଜୀବ ୧୯.୪୨ କୋଟି ଟଙ୍କାର ‌ଦରମା ନେଇ ତାଲିକାର ଶୀର୍ଷ ସ୍ଥାନରେ ଥିଲେ। ମାତ୍ର ୨୦୧୯-୨୦ରେ ତାଙ୍କ ଦରମା ୧୫.୪ କୋଟି ଟଙ୍କାକୁ ହ୍ରାସ ପାଇଥିବାରୁ ସେ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ମାରିକୋର ସିଇଓ ସୌଗତ ଗୁପ୍ତା। ତାଙ୍କ ଦରମା ହେଉଛି ୧୪.୦୨ କୋଟି ଟଙ୍କା।

ସମ୍ବନ୍ଧିତ ଖବର