ଶୁକ୍ରବାର ଓ ଶନିବାର ଏତିକି ଘଣ୍ଟା ପର୍ଯ୍ୟନ୍ତ ଏସବିଆଇ ସେବା ବନ୍ଦ ରହିବ

ନୂଆଦିଲ୍ଲୀ: ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ଗ୍ରାହକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର। ଆସନ୍ତା କାଲି ୧୫୦ ମିନିଟ ପାଇଁ ଏସବିଆଇର କିଛି ସେବା ବନ୍ଦ ରହିବ । ଏନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସୂଚନା ଦିଆଯାଇଛି। ଟ୍ବିଟ ଜରିଆରେ ଏସବିଆଇ ସୂଚନା ଦେବା ସହ ସେବା ବନ୍ଦ ରହିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଆବଶ୍ୟକ ବ୍ୟାଙ୍କ କାର୍ଯ୍ୟ ଶେଷ କରିଦେବାକୁ ଅନୁରୋଧ କରିଛି।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି କି, କିଛି ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି ରାତି ୧୦.୪୫ ରୁ ରାତି ୧.୧୫ ଯାଏଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ୟୁପିଆଇ ବ୍ୟାଙ୍କିଙ୍ଗ ଓ ୟୋନୋ ଆପ୍ ସେବା ବନ୍ଦ ରହିବ । ଏନେଇ ଏସବିଆଇ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।  ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଅନୁରୋଧ କରାଯାଇଛି କି “ଆହୁରି ଦ୍ରୁତ ଓ ସ୍ୱଚ୍ଛସେବା ପାଇବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ”।

SBI Customers: Stay Away from These Apps to Avoid Online Frauds, Scamsters
News18

ସୂଚନା ଥାଉକି, ଏହା ପୂର୍ବରୁ ଜୁଲାଇ ୧୬ ଓ ଜୁନ ୧୩ ତାରିଖରେ ବି ଏସବିଆଇର କିଛି ସେବା ପ୍ରଭାବିତ ହୋଇଥିଲା । ଏହାସହ ମେ’ ମାସରେ କିଛି ଟେକ୍ନିକାଲ ଅସୁବିଧା ଯୋଗୁଁ ବି ୟୋନୋ, ୟୁନୋ ଲାଇଟ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ୟୁପିଆଇ ସମେତ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଥିଲା ।

ସମ୍ବନ୍ଧିତ ଖବର