ଷ୍ଟେଟ ବ୍ୟାଙ୍କର ନିଟ୍‌ ଲାଭ ୧୬୮୮୪ କୋଟି

ମୁମ୍ବାଇ: ଭାରତୀୟ ‌ଷ୍ଟେଟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ ଏପ୍ରିଲରୁ ଜୁନ ମଧ୍ୟରେ ୧୬୮୮୪ କୋଟି ଟଙ୍କାର ନିଟ୍ ଲାଭ କରିଛି। କୌଣସି ତ୍ରୟମାସ ତୁଳନାରେ ଷ୍ଟେଟ ବ୍ୟାଙ୍କର ଏହା ସର୍ବାଧିକ ନିଟ୍‌ ଲାଭ। ନିଟ୍‌ ସୁଧ ମାର୍ଜିନ ଯୋଗୁ ବ୍ୟାଙ୍କର ନିଟ୍ ଲାଭ ଅଧିକ ରହିଛି। ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଷ୍ଟେଟ ବ୍ୟାଙ୍କର ନିଟ୍‌ ଲାଭ ୬୦୬୮ କୋଟି ଟଙ୍କା ରହିଥିଲା। ତେଣୁ ଗତବର୍ଷ ପ୍ରଥମ ତ୍ରୟମାସ ତୁଳନାରେ ଚଳିତବର୍ଷ ପ୍ରଥମ ତ୍ରୟମାସରେ ବ୍ୟାଙ୍କର ନିଟ୍‌ ଲାଭରେ ୧୭୮ ପ୍ରତିଶତ ବୃଦ୍ଧି ଘଟିଛି। ଆଲୋଚ୍ୟ ସମୟ ମଧ୍ୟରେ ବ୍ୟାଙ୍କର ମୋଟ ଅଗ୍ରିମ ପ୍ରଦାନ ରାଶି ୧୩.୯ ପ୍ରତିଶତ ବୃଦ୍ଧି ଘଟି ୩୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ବ୍ୟାଙ୍କର ଜମାରାଶି ଉକ୍ତ ଅବଧିରେ ୧୨ ପ୍ରତିଶତ ବୃଦ୍ଧି ଘଟି ୪୩.୫ ଲକ୍ଷ କୋଟି ଟଙ୍କା ଛୁଇଁଛି। ବ୍ୟାଙ୍କର ନିଟ୍ ସୁଧ ଆୟ ଗତବର୍ଷ ପ୍ରଥମ ତ୍ରୟମାସରେ ୩୧,୧୯୬ କୋଟି ଟଙ୍କା ଥିବାବେଳେ ଏହା ୩୮୯୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର