ନୂଆଦିଲ୍ଲୀ: ଆଜିଠାରୁ(ଶନିବାର) ଦୁଇ ଦିନ ପାଇଁ ଆପଣ ମାଗଣାରେ ନେଟଫ୍ଲିକ୍ସ ବ୍ୟବହାର କରିପାରିବେ | ସପ୍ତାହକ ପୂର୍ବରୁ ନେଟଫ୍ଲିକ୍ସ ଘୋଷଣା କରିଥିଲା ଯେ ଭାରତରେ ଷ୍ଟ୍ରିମ୍ ଫେଷ୍ଟ ଯୋଗୁଁ ମାଗଣାରେ ବ୍ୟବହାର କରିବାକୁ ଦିଆଯିବ। ତେବେ ମାଗଣାରେ ନେଟଫ୍ଲିକ୍ସ ବ୍ୟବହାର କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ବିବରଣୀ ଯଥା ଡେବିଟ୍ କିମ୍ବା କ୍ରେଡିଟ କାର୍ଡ ନମ୍ବର ଦେବାକୁ ପଡିବ ନାହିଁ। ନେଟଫ୍ଲିକ୍ସ ଅନୁଯାୟୀ, ଏହି ଅଫରରେ ଉପଭୋକ୍ତାମାନେ ଦୁଇ ଦିନ ପାଇଁ ମାଗଣା ସୁବିଧା ପାଇପାରିବେ | ଏହି ଷ୍ଟ୍ରିମ୍ ଫେଷ୍ଟ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ନେଟଫ୍ଲିକ୍ସର ଗ୍ରାହକ ନୁହଁନ୍ତି |

Advertisment


କେମିତି ପାଇବେ ମାଗଣା ନେଟଫ୍ଲିକ୍ସ
ଏହି ଅଫର ପାଇବାକୁ ହେଲେ ପ୍ରଥମେ ଏକ ନେଟଫ୍ଲିକ୍ସ ଆକାଉଣ୍ଟ ସୃଷ୍ଟି କରିବା ଆବଶ୍ୟକ | ଏଥିପାଇଁ ଆପଣ ନେଟଫ୍ଲିକ୍ସ ଆପ୍ ଡାଉନଲୋଡ୍ କରିପାରିବେ କିମ୍ବା ନେଟଫ୍ଲିକ୍ସ ଡଟ କମ/ଷ୍ଟ୍ରିମ ଫେଷ୍ଟ ୱେବସାଇଟରୁ ଯାଇ ଡାଉନଲୋଡ଼ କରିପାରିବେ | ଆପ୍ ଡାଉନଲୋଡ୍ କରିବା ପରେ ଆପଣଙ୍କୁ ସାଇନ୍ ଅପ୍ କରିବାକୁ ପଡିବ | ଏଠାରେ ଫୋନ୍ ନମ୍ବର, ଇମେଲ୍ ଆଇଡି ଏବଂ ପାସୱାର୍ଡ ଦେବାକୁ ହେବ | ଆକାଉଣ୍ଟ୍ ସୃଷ୍ଟି କରିବା ପରେ, ଆପଣ ୫ -୬ ଡିସେମ୍ବର ୨୦୨୦ ଯାଏଁ ମାଗଣାରେ ନେଟଫ୍ଲିକ୍ସକୁ ବ୍ୟବହାର କରିପାରିବେ | ଏହି ଫେଷ୍ଟ ଅଧୀନରେ ଆପଣ ଯେକୌଣସି ଟିଭି, ଲାପଟପ୍ କିମ୍ବା ମୋବାଇଲରେ ମାଗଣାରେ ନେଟଫ୍ଲିକ୍ସରେ ଥିବା ଭିଡିଓକୁ ଦେଖିପାରିବେ | ତେବେ ଏହି ସମୟ ମଧ୍ୟରେ ଆପଣ ଏସଡି ମାନର ଭିଡିଓ ହିଁ ଦେଖିପାରିବେ | ଆପଣ ଏହି ସମୟରେ ଏଚଡି ବା ଫୁଲ ଏଚଡ଼ି ଭିଡିଓ ଦେଖିପାରିବେ ନାହିଁ | ଭାରତରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି+ ହଟଷ୍ଟାର ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାଏ |