ଲାଲଚାନ୍ଦ ଫାଉଣ୍ଡେସନର ଘୋଷଣା : କରୋନାରୁ ସୁସ୍ଥ ହୋଇଥିବା ଗରିବ ଶ୍ରେଣୀର ଲୋକ ପ୍ଲାଜମା ଦାନ କଲେ ଦିଆଯିବ ଆର୍ଥିକ ପ୍ରୋତ୍ସାହନ

‘ଲାଲଚାନ୍ଦ ଫାଉଣ୍ଡେସନ୍’ର  ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା

ଭୁବନେଶ୍ୱର: ଲାଲଚାନ୍ଦ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ଜନ୍ମଦିନ ଅବସରରେ ‘ଲାଲଚାନ୍ଦ ଫାଉଣ୍ଡେସନ୍’ର  ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା କରାଯାଇଛି।

ସମାଜର ସୁବିଧାସୁଯୋଗରୁ ବଞ୍ଚିତ ବର୍ଗର ସର୍ବାଙ୍ଗୀନ ଉନ୍ନତି ସାଧନ ଲାଗି ପ୍ରତିଷ୍ଠିତ ଏହି ଫାଉଣ୍ଡେସନ୍ ପକ୍ଷରୁ ତୁରନ୍ତ ଏହି ଲକ୍ଷ୍ୟ ପୂରଣ ପାଇଁ  ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ପ୍ରଥମ ପଦକ୍ଷେପ ସ୍ବରୂପ ଫାଉଣ୍ଡେସନ୍ ମହାମାରୀ କରୋନା ମୁକାବିଲା କ୍ଷେତ୍ରରେ ସହାୟତାର ହାତ ବଢ଼ାଇବା ଲାଗି ନିଷ୍ପତ୍ତି କରିଛି।

କରୋନାଭାଇରସ୍‌ ମହାମାରୀ ବିରୋଧରେ ଓଡ଼ିଶା ଚଳାଇଥିବା ଯୁଦ୍ଧରେ ପ୍ଲାଜମା ଥେରାପି ଏକ ପ୍ରମୁଖ ଅସ୍ତ୍ର ଭାବେ ଉଭା ହୋଇଛି । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫାଉଣ୍ଡେସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ଦାରିଦ୍ର ସୀମାରେଖା ତଳେ ଥିବା କୋଭିଡ-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା କୌଣସି ବ୍ୟକ୍ତି ଯଦି ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତି ଓ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କୋଭିଡ୍‌ ହସ୍ପିଟାଲରେ ନିଜର ପ୍ଲାଜ୍‌ମା ଦାନ କରନ୍ତି ତେବେ ସେମାନଙ୍କୁ ଫାଉଣ୍ଡେସନ୍‌ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

କୋଭିଡ-୧୯ ମହାମାରୀ କାରଣରୁ ଅର୍ଥନୀତି ଯେତେବେଳେ ସଂଘର୍ଷ ମଧ୍ୟ ଦେଇ ଗତି କରୁଛି, ଅନେକ ବ୍ୟବସାୟ ବନ୍ଦ ହୋଇଯାଉଛି, ସେ ସମୟରେ ଏ ପ୍ରକାର ପ୍ରୟାସ କାହିଁକି? ଏ ପ୍ରଶ୍ନର ଉତ୍ତରରେ ଶ୍ରୀ ହଂସ କହିଛନ୍ତି , ‘ଫାଉଣ୍ଡେସନ ମହାମାରୀ ଆସିବାର ବହୁ ପୂର୍ବରୁ କାର୍ଯ୍ୟକ୍ଷମ ଥିଲା। ତେବେ ଗୋଟିଏ ଭଲ କାମ ଆରମ୍ଭ କରିବା ପାଇଁ କୌଣସି ସମୟ ଭୁଲ ହୋଇ ନ ଥାଏ।’

ସମ୍ବନ୍ଧିତ ଖବର