ଖୁବ୍‌ଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ୍‌

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଜାରକୁ ନୂଆ ଟଙ୍କିକିଆ ନୋଟ୍ ଆସିବ। ଏଥିରେ ଇଂରାଜିରେ ଗଭର୍ଣ୍ଣମେଣ୍ଟ୍‌ ଅଫ୍ ଇଣ୍ଡିଆ ଓ ହିନ୍ଦୀରେ ଭାରତ ସରକାର ଲେଖା ରହିବ। ନୂଆ ନୋଟ୍‌ରେ ଅର୍ଥ ସଚିବ ଅତନୁ ଚକ୍ରବର୍ତୀଙ୍କ ଦ୍ବିଭାଷୀ ଦସ୍ତଖତ ରହିବ। ନମ୍ବର ପ୍ୟାନେଲ୍‌ରେ ଇଂରାଜି ଅକ୍ଷର ‘ଏଲ୍‌’ ସହିତ ଛପା ବର୍ଷ ୨୦୨୦ ରହିବ। ଚାଷ କାର୍ଯ୍ୟର ଝଲକ ନୂଆ ନୋଟ୍‌ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ତୈଳ ଉତ୍ତୋଳନ ପ୍ଲାଟଫର୍ମ ‘ସାଗର ସମ୍ରାଟ’ର ଛବି ମଧ୍ୟ ଏହି ନୂଆ ନୋଟ୍‌ରେ ଦେଖିବାକୁ ମିଳିବ। ଏହାର ରଙ୍ଗ ଗୋଲାପୀ ଓ ସବୁଜର ମିଶ୍ରଣକୁ ନେଇ ପ୍ରସ୍ତୁତ ହୋଇଛି। ନୂଆ ଟଙ୍କିକିଆ ନୋଟ୍‌ର ଲମ୍ବ ୯.୭ ସେମି ଓ ଚଉଡ଼ା ୬.୩ ସେମି ରହିବ। ବିବିଧ ପ୍ରକାରର ୱାଟରମାର୍କକୁ ଏଥିରେ ବ୍ୟବହାର କରାଯିବ। ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଚଳନରେ ଥିବା ଏକମାତ୍ର ନୋଟ୍ ହେଉଛି ଟଙ୍କିକିଆ ନୋଟ୍ ଯାହାକୁ କେନ୍ଦ୍ର ସରକାର ଛପାଇଥାନ୍ତି।

ଏଥିପୂର୍ବରୁ ଦୃଷ୍ଟିହୀନ ଲୋକମାନଙ୍କୁ ବ୍ୟାଙ୍କନୋଟ ଚିହ୍ନିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍‌ ପ୍ରସ୍ତୁତ କରାଯାଇଥିଲା । ଏହାର ନାଁ  ମନି ବା ମୋବାଇଲ୍‌ ଏଡେଡ୍‌ ମୋଟ ଆଇଡେଣ୍ଟିଫାୟର । ଏହି ଆପକୁ ବ୍ୟବହାର କରି ଦୃଷ୍ଟିହୀନମାନେ ବ୍ୟାଙ୍କ ନୋଟକୁ ଚିହ୍ନିପାରିବେ।  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଆପର ଉନ୍ମୋଚନ କରିଥିଲେ ।

ଏହି ଅବସରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବ୍ୟାଙ୍କ ନୋଟଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା ରହିଛି ଯଦ୍ୱାରା ଦୃଷ୍ଟିହୀନ, ଆଂଶିକ ଦୃଷ୍ଟିହୀନ, ବର୍ଣ୍ଣାନ୍ଧ ବ୍ୟକ୍ତିମାନେ ନୋଟ ଚିହ୍ନିପାରିବେ । ଏଗୁଡ଼ିକ ହେଉଛି ଇନଟାଗଲିଓ ପ୍ରିଣ୍ଟିଂ, ଟାକଟାଇଲ ମାର୍କ, ବଡ଼ ଅକ୍ଷର, ସ୍ୱତନ୍ତ୍ର ରଂଗ ଓ ବିନ୍ୟାସ ଇତ୍ୟାଦି ।

ସମ୍ବନ୍ଧିତ ଖବର