ଆସିବ ୧୦୦ ଟଙ୍କିଆ ବାର୍ଣ୍ଣିସ୍ ନୋଟ୍

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ବା ବାର୍ଣ୍ଣିସ ନୋଟ୍ ଦେଶରେ ପ୍ରଚଳନ ପାଇଁ ଯୋଜନା ରଖିଛି। ନୋଟ୍‌ର ଜୀବନ କାଳ ବୃଦ୍ଧି କରି ଛପା ବାବଦ ଖର୍ଚ୍ଚ ହ୍ରାସ କରିବା ସହିତ ଦୃଷ୍ଟିହୀନଙ୍କୁ ସହଜରେ ‌ନୋଟ୍ ଚିହ୍ନଟ ସୁବିଧା ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କ ଏଭଳି ଚିନ୍ତା କରିଛି। ପରୀକ୍ଷା ମୂଳକ ଭାବେ ଏହାର ଆରମ୍ଭ କରାଯିବ। ୨୦୧୮-୧୯ ବର୍ଷ ପାଇଁ ପ୍ରସ୍ତୁତ ବାର୍ଷିକ ରିପୋର୍ଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି। ୨୦୧୭-୧୮ ର ବାର୍ଷିକ ରିପୋର୍ଟରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଏ ନେଇ ସୂଚନା ଦେଇଥିଲା। ବାର୍ଣ୍ଣିସ୍ ବ୍ୟାଙ୍କ ନୋଟ୍ ଆସିଲେ ତାହାର ସ୍ଥା‌ୟିତ୍ବ ବଢ଼ିଯିବ। ଚିରାଫଟା ନୋଟକୁ ବଦଳାଇବା ପାଇଁ ଆବଶ୍ୟକ ହେଉଥିବା ନୂଆ ନୋଟ୍‌ର ଆବଶ୍ୟକତା ହ୍ରାସ ପାଇବ। ଫଳରେ ନୋଟ୍ ଛାପିବା ବାବଦ ମୋଟ ଖର୍ଚ୍ଚ ହ୍ରାସ ପାଇବ।

ସମ୍ବନ୍ଧିତ ଖବର