ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନୂଆ ୧୦୦ ଟଙ୍କିଆ ନୋଟ୍ ଜାରି କରିବ। ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ନୂଆ ନୋଟ୍ ବଜାରକୁ ଆସିବ। ନିକଟରେ ରିଜର୍ଭ ବ୍ୟାଙ୍କ ନୂଆ ୨୦୦ ଟଙ୍କିଆ ନୋଟ୍ ଛପାଇବା ଆରମ୍ଭ କରିଥିଲା। ସେହି ନୋଟ୍ଗୁଡ଼ିକ ଛପା ଶେଷ ହେବା ପରେ ନୂତନ ଡିଜାଇନ୍ର ୧୦୦ ଟଙ୍କିଆ ନୋଟ୍ର ଛପା କାମ ଆରମ୍ଭ ହେବ। ନୂଆ ୧୦୦ ଟଙ୍କିଆ ନୋଟ୍ର ଆକାର ଏବଂ ଆକୃତି ପୁରୁଣା ନୋଟ୍ ସହ ସମାନ ରହିବ। ଫଳରେ ଏହି ନୋଟ୍ ପାଇଁ ଏଟିଏମ୍ଗୁଡ଼ିକୁ ରିକାଲିବ୍ରେସନ୍ କରିବାକୁ ପଡ଼ିବ ନାହିଁ। ନୂଆ ୧୦୦ ଟଙ୍କିଆ ନୋଟ୍ ଆସିବା ବିଷୟରେ ରିଜର୍ଭ ବ୍ୟାଙ୍କ କୌଣସି ସୂଚନା ପ୍ରଦାନ କରିନାହିଁ। ଗଣମାଧ୍ୟମରେ ଏହାକୁ ନେଇ ଚର୍ଚା ହେଉଛି।
ଏ ପର୍ଯ୍ୟନ୍ତ ଏଟିଏମ୍ ପାଇଁ ୨୦୦ ଟଙ୍କିଆ ନୋଟ୍ ଯୋଗାଣ ଆରମ୍ଭ ହୋଇନାହିଁ। କିନ୍ତୁ ବ୍ୟାଙ୍କଗୁଡ଼ିକ ଏଟିଏମ୍ ପରିଚାଳନା କରୁଥିବା କଂପାନିମାନଙ୍କୁ ଏଟିଏମ୍ର ରିକାଲିବ୍ରେସନ୍ ଆରମ୍ଭ କରିବାର ନିର୍ଦେଶ ଦେଇସାରିଲେଣି। ଶେଷ ଥର ପାଇଁ ବିମୁଦ୍ରାକରଣ ପରେ ଏଟିଏମ୍ଗୁଡ଼ିକର ରିକାଲିବ୍ରେସନ୍ କରାଯାଇଥିଲା। ବିମୁଦ୍ରାକରଣ ପରେ ସରକାର ନୂଆ ୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍ ଆଣିଥିଲେ। ଗତ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ଇତିହାସରେ ପ୍ରଥମ ଥର ପାଇଁ ୨୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଗଲା। ଏହା ବ୍ୟତୀତ ୫୦ ଟଙ୍କିଆ ନୋଟ୍କୁ ମଧ୍ୟ ନୂତନ ଡିଜାଇନ୍ ସହ ଅଣାଯାଇଛି। ଏବେ ୧୦୦ ଟଙ୍କିଆ ନୋଟ୍କୁ ନୂତନ ରୂପ ପ୍ରଦାନ କରିବା କାମ ଆରମ୍ଭ କରାଯିବ।
ବଜାରରେ ଆବଶ୍ୟକ ପରିମାଣର ୨୦୦ ଟଙ୍କିଆ ନୋଟ୍ ଉପଲବ୍ଧ କରାଇବା ପାଇଁ ୬ ମାସ ସମୟ ଲାଗିଯିବ ବୋଲି ଅନୁମାନ କରାଯାଉଛି।
ଏପ୍ରିଲ୍ରେ ଆସିବ ନୂଆ ୧୦୦ ଟଙ୍କିଆ
/sambad/media/post_attachments/wp-content/uploads/2017/10/rupees.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)