ନୂଆ ୧୬୦ ସିସି ସ୍କୁଟର, ଆପ୍ରିଲିଆ ଏସ୍‌ଏକ୍ସଆର୍‌ ୧୬୦

ଭୁବନେଶ୍ବର: ମାସକୁ ୩୦ ହଜାରରୁ ଅଧିକ ଦୁଇ ଚକିଆ ଯାନ ବିକ୍ରି ହେଉଥିବା ଓଡ଼ିଶା ବଜାରରେ ପ୍ରିମିୟମ୍ ସ୍କୁଟର ଆପ୍ରିଲିଆ ଏସ୍‌ଏକ୍ସଆର୍‌ ୧୬୦ ପ୍ରବେଶ କରିଛି। ଲକ୍ଷ୍ମୀସାଗର ସ୍ଥିତ ୩ଏସ୍‌ ମୋଟର୍ସରେ ଏହାକୁ ଉନ୍ମୋଚନ କରାଯାଇଛି। ପିଆଜିଓ ଭେଇକିଲ୍ସ ପ୍ରା‌ଇଭେଟ୍ ଲିମିଟେଡ୍‌ର ଆଞ୍ଚଳିକ ପ୍ରବନ୍ଧକ ସୁରଜ ସୁମନ ଓ ୩ଏସ୍‌ ମୋଟର୍ସର ମ୍ୟାନେଜିଂ ପାର୍ଟନର୍‌ ପ୍ରମୋଦ ପାତ୍ର ନୂଆ ସ୍କୁଟରକୁ ଉନ୍ମୋଚନ କରିଛନ୍ତି। ଆପ୍ରିଲିଆ ଏସ୍‌ଏକ୍ସଆର୍‌ ୧୬୦ରେ ସିଙ୍ଗିଲ ସିଲିଣ୍ଡର ୪-ଷ୍ଟୋକ୍, ଏୟାର କୁଲଡ୍‌ ଇଞ୍ଜିନ ରହିଛି।

ଏଥିରେ ୭ ଲିଟର କ୍ଷମତାର ଇନ୍ଧନ ଟାଙ୍କି ଓ ୨୧୦ ସେମିର ଡିଜିଟାଲ୍ କ୍ଲଷ୍ଟର୍‌ ଡିସ୍‌ପ୍ଲେ ମଧ୍ୟ ରହିଛି। ଗ୍ରାହକମାନେ ଏହା ସହିତ ମୋବାଇଲ୍‌ ସଂଯୋଗ ଆକ୍‌ସେସୋରିଜ୍ ମଧ୍ୟ କିଣିପାରିବେ। ଏହା ସହ ଆଣ୍ଟିଲକ୍ ବ୍ରେକିଂ ସିଷ୍ଟମ, ଭେଣ୍ଟିଲେଟେଡ୍‌ ଡିସ୍କ ବ୍ରେକ୍ ଓ ହାଇଡ୍ରଲିକ୍ ବ୍ରେକ୍ ରହିଛି। ଏହା ଗ୍ଲସି ରେଡ୍, ମ୍ୟାଟ୍‌ ବ୍ଲୁ, ଗ୍ଲସି ହ୍ବାଇଟ୍ ଓ ମ୍ୟାଟ୍‌ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହୋଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୧,୨୮,୬୮୭ ଟଙ୍କା ରହିଛି। ଏହି ଅବସରରେ ଶ୍ରୀ ସୁମନ କହିଛନ୍ତି ଯେ ରାଜ୍ୟରେ ମାସକୁ ୧୨୫ ସିସି ଓ ତା’ଠାରୁ ଅଧିକ ଇଞ୍ଜିନ କ୍ଷମତାର ପ୍ରାୟ ୧୦ ହଜାର ସ୍କୁଟର ବିକ୍ରି ହେଉଛି। ଏହି ବର୍ଗରେ ଆପ୍ରିଲିଆ ରହିଛି। ପିଆଜିଓର ଦୁଇଟି ବ୍ରାଣ୍ଡ୍‌ ହେଉଛି ଭେସ୍‌ପା ଓ ଆପ୍ରିଲିଆ। ଭେସ୍‌ପା ଅଧୀନରେ ୧୨୫ ସିସି ଓ ୧୫୦ ସିସି ସ୍କୁଟର ବିକ୍ରି ହେଉଥିବା ବେଳେ ଆପ୍ରିଲିଆ ବ୍ରାଣ୍ଡ୍‌ ନାମରେ ୧୨୫ ସିସି ଓ ୧୬୦ ସିସି ସ୍କୁଟର ରହିଛି।

ଉଭୟ ବ୍ରାଣ୍ଡ୍‌ ଅଧୀନରେ ୧୩ଟି ମଡେଲ୍‌ର ୫୦ରୁ ଅଧିକ ଭାରିଆଣ୍ଟ୍‌ ରହିଛି। ଏହି ସମସ୍ତ ଭାରିଆଣ୍ଟ୍‌ ରାଜ୍ୟରେ ଥିବା ୧୨ଟି ଡିଲର୍‌ ଆଉଟ୍‌ଲେଟ୍‌ ମାଧ୍ୟମରେ ବିକ୍ରି ହେଉଛି। କଂପାନି ମାସକୁ ୧୫୦ରୁ ଅଧିକ ସ୍କୁଟର ବିକ୍ରି କରୁଛି। ୨୦୧୯ ତୁଳନାରେ ୨୦୨୧ରେ କଂପାନି ବିକ୍ରିରେ ୪୦% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୨୦୧୯ରେ କଂପାନି ୩୬% ଅଭିବୃଦ୍ଧି ହାସଲ କରିଥିଲା।

ସମ୍ବନ୍ଧିତ ଖବର