ଆସୁଛି ବଜାଜ ଚେତକ ଇଲେକ୍ଟ୍ରିକର ନୂଆ ଭର୍ସନ

ମୁମ୍ବାଇ : ଅଶୀ, ନବେ ଦଶକରେ ଭାରତର ଘରେ ଘରେ ପରିଚିତ ଥିବା ବଜାଜ ଚେତକ ସ୍କୁଟର ୨୦୧୯ରେ ନିଜର ଇଲେକ୍ଟ୍ରିକ ଭର୍ସନ ସହ ବଜାରକୁ ଫେରିଥିଲା । କିନ୍ତୁ ତାହା ଆଶାନୁରୂପ ଭାବେ ଗ୍ରାହକଙ୍କ ସମର୍ଥନ ପାଇପାରିନଥିଲା । କିନ୍ତୁ ଏବେ ଏକ ଅଧିକ ଶକ୍ତିଶାଳୀ ଇଂଜିନ ସହ ଫେରୁଛି ଚେତକ୍ ।

ଜାତୀୟ ସ୍ତରର ଗଣମାଧ୍ୟମଗୁଡ଼ିକରେ ପ୍ରକାଶିତ ରିପୋର୍ଟ ଅନୁସାରେ ବଜାଜ ଚେତକ ଇଲେକ୍ଟ୍ରିକର ୨୦୨୨ ଭର୍ସନକୁ ଦିଲ୍ଲୀ ସରକାର ଅନୁମତି ଦେଇଛନ୍ତି । ଏହି ନୂଆ ଭର୍ସନରେ ଏକ ଅଧିକ ଶକ୍ତିଶାଳୀ ଇଂଜିନ ଲାଗିଛି । ଫଳରେ ଏହି ସ୍କୁଟରଟି ଅଧିକ ବେଗରେ ଯାଇପାରିବ ଓ ଅଧିକ ଦକ୍ଷତା ଦେଖାଇପାରିବ । ଏହି ସ୍କୁଟରରେ ବୋସ କମ୍ପାନିର ଏକ ୪.୦୮ କିଲୋଓ୍ବାଟ୍ ଇଂଜିନ ଲାଗିଛି ଓ ଏକ ୩ କିଲୋଓ୍ବାଟଆଓ୍ବାର ବ୍ୟାଟେରି ଲାଗିଛି । ତେବେ ଏଥିରେ ଏକ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମୋଟର ଲାଗିଛି । ଅନ୍ୟପକ୍ଷରେ କମ୍ପାନି ପକ୍ଷରୁ ଏହି ସ୍କୁଟର ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।

ବର୍ତ୍ତମାନ ଉପଲବ୍ଧ ଚେତକ ଇଲେକ୍ଟ୍ରିକର ଇକୋ ଭର୍ସନ ସଂପୂର୍ଣ୍ଣ ଚାର୍ଜ କଲେ ୯୫ କିଲୋମିଟର ଯାଉଥିବାବେଳେ ସ୍ପୋର୍ଟସ ଭର୍ସନକୁ ସଂପୂର୍ଣ୍ଣ ଚାର୍ଜ କଲେ ୮୫ କିଲୋମିଟର ଯାଉଥିଛି । କିନ୍ତୁ ନୂଆ ମଡେଲରେ ଥରେ ଚାର୍ଜ କଲେ ତାହା ୧୦୦ରୁ ଅଧିକ କିଲୋମିଟର ଯିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର