ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ବଜାଜ୍‌ ପଲ୍‌ସର୍‌ର ନୂଆ ଲୁକ୍‌, ଖୁବ୍‌ ଶୀଘ୍ର ଲଞ୍ଚ୍‌ ହେବ ‌ଏହି ଟ୍ରେଣ୍ଡି ‘ବ୍ଲାକ୍‌-ବାଇକ୍‌’

ମୁମ୍ବାଇ: ବାଇକ୍‌ ପ୍ରେମୀଙ୍କ ପାଇଁ ଏକ ଜବର୍‌ଦସ୍ତ ଖବର। ବାଜାଜ୍‌ ପଲ୍‌ସର୍‌ର ନୂଆ ଲୁକ୍‌ ଏବେ ସାମ୍ନାକୁ ଆସି ସାରିଛି। ଏବେ କେବଳ ଲୋକ ଏହି ବାଇକ୍‌ର ଲଞ୍ଚ୍‌କୁ ଅପେକ୍ଷା କରି ରହିଛନ୍ତି। ଏହି ବାଇକ୍‌ଟିର ଲୁକ୍‌ ଏତେ ଆକର୍ଷଣୀୟ ହୋଇଛି ଯେ ଯୁବପିଢ଼ିମାନଙ୍କୁ ଏହା ଖୁବ୍ ଆକୃଷ୍ଟ କରିବ ବୋଲି କମ୍ପାନି ଆଶା ରଖିଛି।

ବଜାଜ୍‌ ପଲ୍‌ସର୍‌ର ଏହି ନୂଆ ଲୁକ୍ କମ୍ପାନିର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‌ ହେବା ପରେ ଦେଖିବାକୁ ମିଳିଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ବାଇକ୍‌ଟି ହେଉଛି ପଲ୍‌ସର ଏନ୍‌୨୫୦ର କଳା ସଂସ୍କରଣ। ତେବେ ଏହା ଦେଖିବାକୁ ବାକି ରହିଲ‌େ ଯେ କମ୍ପାନି ଏହି ଗାଡ଼ିଟିର ନାମ ଭିନ୍ନ ରଖିବ କି ସେହି ପଲ୍‌ସର ଏନ୍‌୨୫୦ର କଳା ସଂସ୍କରଣ ବୋଲି ଉଲ୍ଳେଖ କରିବ।

(କମ୍ପାନି ପକ୍ଷରୁ ଇଡ଼୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରାଯାଇଥିବା ଫଟୋ)

ଏହି ନୂଆ ବଜାଜ୍‌ ପଲ୍‌ସରକୁ ନେଇ କମ୍ପାନି ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ବ୍ୟତୀତ ଅନ୍ୟ କୌଣସି ପ୍ରକାରର ବିସ୍ତୃତ ସୂଚନା ଦେଇନାହିଁ। ଏହି ବାଇକ୍‌ଟି କେବେ ଲଞ୍ଚ୍‌ ହେବ ସେ ନେଇ ବି କୌଣସି ପ୍ରକାରର ସୂଚନା ନାହିଁ। ମାତ୍ର କମ୍ପାନି ଏହାର ମାର୍କେଟିଂ ଆରମ୍ଭ କରିସାରିଛି ମାନେ ଗାଡ଼ିଟି ଖୁବ୍‌ ଶୀଘ୍ର ଲଞ୍ଚ୍‌ ହେବାକୁ ଯାଉଛି ଏଥିରେ କୌଣସି ସନ୍ଦେହ ନାହିଁ।

ଆଶା ରହିଛି ଯେ ପଲ୍‌ସର ଏନ୍‌୨୫୦ର କଳା ସଂସ୍କରଣ କମ୍ପାନିର ସବୁଠାରୁ ଲୋକପ୍ରିୟ ଗାଡ଼ି ହେବ। ଏହି ମଡେଲ୍‌ଟି ବଜାରକୁ ଆସନ୍ତା ମାସ ଆସିପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର