ବଜାରରେ ହୋଣ୍ଡାର ନୂଆ ବାଇକ ହର୍ନେଟ ୨.୦, ମୂଲ୍ୟ ୧.୨୬ ଲକ୍ଷ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ଏହାର ସମ୍ପୂର୍ଣ୍ଣ ନୂଆ ମସ୍କୁଲାର, ସ୍ପୋର୍ଟି ଓ ଆଡଭାନ୍ସଡ୍ ହର୍ନେଟ୍ ୨.୦ ସହିତ ୧୮୦-୨୦୦ ସିସି ବର୍ଗରେ ମେଗା ପ୍ରବେଶ କରିଛି । ଏହା ଚାରିଟି ଆକର୍ଷଣୀୟ ରଙ୍ଗ-ପର୍ଲ ଇଗନିୟସ୍ ବ୍ଲାକ୍, ମେଟ୍ ସାଙ୍ଗ୍ରିଆ ରେଡ୍ ମେଟାଲ୍, ମେଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍ ଓ ମେଟ୍ ମାର୍ଭେଲ୍ ବ୍ଲୁ ମେଟାଲିକ୍ ରଙ୍ଗରେ ଉପଲବ୍ଧ ହେଉଛି । ହର୍ନେଟ୍ ୨.୦ର ଆକର୍ଷଣୀୟ ମୂଲ୍ୟ ହେଉଛି ୧୨୬,୩୪୫ ଟଙ୍କା (ଏକ୍ସ ସୋ’ରୁମ୍, ଗୁରୁଗ୍ରାମ, ହରିୟାନା) । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା ବଜାରରେ ଉପଲବ୍ଧ ହେବ ।
ହର୍ନେଟ୍ ୨.୦ରେ ନୂଆ ଭାରତ ଷ୍ଟେଜ୍-୪ ନିୟମ ପାଳନ କରୁଥିବା ଉଚ୍ଚ କ୍ଷମତାର ଓ ଆଧୁନିକ ୧୮୪ ସିସି ପିଜିଏମ୍-ଏଫ୍ଆଇ ଏଚ୍ଇଟି (ହୋଣ୍ଡା ଇକୋ ଟେକ୍ନୋଲୋଜି) ଇଞ୍ଜିନର ଶକ୍ତି ରହିଛି । ପିଜିଏମ୍-ଏଫ୍ଆଇ ବ୍ୟବସ୍ଥା ୮ ଅନ୍ବୋର୍ଡ ସେନ୍ସରକୁ ବ୍ୟବହାର କରୁଛି ଯାହା ନିରନ୍ତର ଭାବେ ଇନ୍ଧନ ଓ ବାୟୁର ମିଶ୍ରଣକୁ ଭର୍ତ୍ତି କରାଇ ଶ୍ରେଷ୍ଠ ପ୍ରଦର୍ଶନ ଓ ଉନ୍ନତ ପ୍ରଭାବ ପ୍ରଦାନ କରୁଛି ।

ଏହାର ଉନ୍ମୋଚନ ଅବସରରେ ଆତସୁସି ଓଗାଟା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ନୂଆ ପିଢ଼ିର ଗ୍ରାହକଙ୍କ ସ୍ୱପ୍ନ ଓ ସେମାନଙ୍କ ଗାଡ଼ିଚାଳନାର ଅଭିଳାଷରୁ ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଖୁସିର ସହ ଉପସ୍ଥାପନ କରୁଛୁ ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ହର୍ନେଟ୍ ୨.୦ । ଏହାର ଆଧୁନିକ ପ୍ରଯୁକ୍ତି ଓ ରୋମାଂଚକ ପ୍ରଦର୍ଶନ ସହିତ ନୂଆ ହର୍ନେଟ୍ ୨.୦ ଯୁବ ମୋଟରସାଇକଲ୍ ଉତ୍ସାହୀଙ୍କ ମଧ୍ୟରେ ନୂଆ ମାନଦଣ୍ଡ ଧାର୍ୟ୍ୟ କରିବ ।

ସମ୍ବନ୍ଧିତ ଖବର