ଭୁବନେଶ୍ବର : ବଜାରରେ ଅନେକ ପ୍ରକାରର ବାଇକ ଅଛି । କିନ୍ତୁ ଯୁବପିଢିଙ୍କ ମଧ୍ୟରେ ରୟାଲ ଏନଫିଲଡ ବା ବୁଲେଟର ଚାହିଦା ନିଆରା । ବିଗତ ଅନେକ ଦଶନ୍ଧି ଧରି ଏହା ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ଏବେ ହୋଣ୍ଡା କମ୍ପାନି ବୁଲେଟକୁ ଟକ୍କର ଦେବାକୁ ଏକ ନୂଆ ବାଇକ୍ ବଜାରକୁ ଛାଡ଼ିଛି । ତାହାର ଡିଜାଇନ ଠିକ ବୁଲେଟ ପରି ।
ହୋଣ୍ଡା ପକ୍ଷରୁ ଲଞ୍ଚ୍ କରାଯାଇଥିବା ଏହି ରେଟ୍ରୋ କ୍ଲାସିକ୍ ବାଇକର ନାଁ ହେଉଛି ସିବି୩୫୦ସି ସ୍ପେଶାଲ ଏଡିସନ । ଅକ୍ଟୋବର ପ୍ରଥମ ସପ୍ତାହରୁ ଏହା ହୋଣ୍ଡା ବିଗଓ୍ବିଙ୍ଗ୍ ସୋରୁମ ଗୁଡ଼ିକରେ ଉପଲବ୍ଧ ହେବ । ଏହାର ମୂଲ୍ୟ ରହିଛି ୨ ଲକ୍ଷ ୧ ହଜାର ୯୦୦ ଟଙ୍କା । ବୁଲେଟ ସହ ଏହି ବାଇକର ଡିଜାଇନରେ ଅନେକ ସାମଞ୍ଜସ୍ୟ ରହିଛି । ଏହି ବାଇକରେ ରହିଛି ୩୫୦ ସିସି ( ୩୪୮.୩୬ ସିସି) ଏୟାର କୁଲଡ୍ ଫୋର ଷ୍ଟ୍ରୋକ୍ ସିଙ୍ଗଲ ସିଲିଣ୍ଡର ଇଂଜିନ । ଏହି ବାଇକଟି ୨ଟି ରଂଗରେ ଉପଲବ୍ଧ- ରିବେଲ ରେଡ୍ ମେଟାଲିକ ଓ ମାଟ ଡ୍ୟୁନ ବ୍ରାଉନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/26/new-project-19-2025-09-26-18-19-32.jpg)