ନୂଆ ବିଆଇଏସ୍‌ ଆଇନ କାର୍ଯ୍ୟକାରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବହୁ ପ୍ରତୀକ୍ଷିତ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ (ବିଆଇଏସ୍‌) ଆକ୍ସ ବା ଭାରତୀୟ ମାନକ ବ୍ୟୁରୋ ଆଇନକୁ ଚଳିତମାସ ୧୨ ତାରିଖରୁ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ପରିସରକୁ ଅଧିକ ସଂଖ୍ୟକ ସାମଗ୍ରୀ ଏବଂ ସେବାକୁ ଅଣାଯାଇଛି। ଗତବର୍ଷ ମାର୍ଚ୍ଚରେ ବିଆଇଏସ୍‌ ଆଇନ ୧୯୮୬ ସ୍ଥାନରେ ନୂଆ ଆଇନକୁ ସଂସଦରେ ଗୃହୀତ ହୋଇଥିଲା। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ଚଳିତ ସପ୍ତାହରେ ନୂଆ ଆଇନ ସଂକ୍ରାନ୍ତ ନିୟମାବଳୀ ଚୂଡ଼ାନ୍ତ କରିବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି।

ସମ୍ବନ୍ଧିତ ଖବର