ଭୁବନେଶ୍ବର: ରାଜ୍ୟର ଖାଇବା ତେଲ ବଜାରରେ ପ୍ରବେଶ କରିଛି ବୁଙ୍ଗେ ଇଣ୍ଡିଆର ନୂଆ ରିଫାଇନ୍‌ଡ ସନ୍‌ଫ୍ଲାୱାର ତେଲ ବ୍ରାଣ୍ଡ୍‌ ‘ଫିଓନା’। ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ସୁପ୍ରିୟା ନାମକ ଓ କଂପାନିର ଏଭିପି (ମାର୍କେଟିଂ) ମିଲିନ୍ଦ ଆଚାର୍ଯ୍ୟ ଫିଓନା ବ୍ରାଣ୍ଡ୍‌ର ତେଲକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କଂପାନିର ଏଭିପି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଖୁବ୍‌ଶୀଘ୍ର କଂପାନି ଏହାକୁ ୧୫ ହଜାର ଦୋକାନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ୧୮ ମାସ ଭିତରେ ୧୦ ପ୍ରତିଶତ ବଜାର ଅଂଶ ହାସଲ କରିବାକୁ ଚାହୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଫିଓନାର ୫୦୦ ମିଲିଲିଟର ଓ ୧ ଲିଟର ପାଉଚ୍‌ ଓ ବୋତଲ ଏବଂ ୫ ଲିଟର ଜାର୍‌ ବିକ୍ରି ହେବ। ଭବିଷ୍ୟତରେ କଂପାନି ୧୫ ଲିଟର ଜାର୍‌ ମଧ୍ୟ ଆଣିବ। ଫିଓନା ତେଲ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏଥିରେ ଭିଟାମିନ୍ ଏ, ଡି, ଇ ଓ କେ’ ରହିଛି। ଏଥିରେ ଥିବା ଭିଟୋପ୍ରୋଟେକ୍ଟ ଫର୍ମୁଲା ଯୋଗୁଁ ରୋଷେଇ କରିବା ବେଳେ ତେଲରେ ଥିବା କୌଣସି ଭିଟାମିନ୍‌ କ୍ଷୟ ହେବ ନାହିଁ।

Advertisment

ବୁଙ୍ଗେ ଇଣ୍ଡିଆ ହେଉଛି ଆମେରିକୀୟ କଂପାନି ବୁଙ୍ଗେର ଶତ ପ୍ରତିଶତ ଭାରତୀୟ ସହାୟକ କଂପାନି। ଭାରତରେ ଏହାର ଥିବା ବ୍ରାଣ୍ଡ୍‌ଗୁଡ଼ିକ ହେଉଛି ଡାଲ୍‌ଡା, ଗଗନ, ଚମ୍ବଲ ଓ ହଡ୍‌ସନ୍। କଂପାନି ସେହି ତାଲିକାରେ ନୂଆ ବ୍ରାଣ୍ଡ୍‌ ଫିଓନାକୁ ସାମିଲ କରିଛି। ବର୍ତ୍ତମାନ ଏହି ବ୍ରାଣ୍ଡ୍‌ କେବଳ କର୍ଣ୍ଣାଟକ ଓ ଓଡ଼ିଶାରେ ଉପଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ କଂପାନି ଏହାକୁ ଅନ୍ୟ ରାଜ୍ୟଗୁଡ଼ିକୁ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି। ବୁଙ୍ଗେ ଇଣ୍ଡିଆ ଏହାର ଖାଇବା ତେଲ ଓ ଅନ୍ୟାନ୍ୟ ଉତ୍ପାଦକୁ କାଣ୍ଡଲା, ତ୍ରିଚି ଓ ରାଜପୁରାରେ ଥିବା ନିଜସ୍ବ କାରଖାନା ବ୍ୟତୀତ ଚେନ୍ନାଇ, ‌ଜୟପୁର ଆଦି ସ୍ଥାନରେ ଥିବା ତୃତୀୟ ପକ୍ଷ ନିର୍ମାତାଙ୍କ ଜରିଆରେ ଉତ୍ପାଦନ କରୁଛି। ଆସନ୍ତା ଦୁଇ ମାସରେ କଂପାନି ଆନ୍ଧ୍ରପ୍ରଦେଶର କ୍ରିଷ୍ଣପଟନମ୍‌ରେ ଖୋଲିଥିବା କାରଖାନାରୁ ଉତ୍ପାଦନ ଆରମ୍ଭ କରିବ। ସେହି କାରଖାନାରେ ସନ୍‌ଫ୍ଲାୱାର, ବନସ୍ପତି ଓ ବେକରି ଉତ୍ପାଦ ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି।