ପୂଜାରେ ଆସିବ ୫ ନୂଆ କାର୍‌

ପୂଜା ବଜାରରେ କାର୍‌ କଂପାନିଗୁଡ଼ିକ ଭଲ କାରବାର ହୋଇଥାଏ। ଏହା ଏଭଳି ଏକ ସମୟ ଯେତେବେଳେ ଲୋକଙ୍କ ପାଖରେ ବୋନସ୍‌ ଓ ଦରମା ବାବଦରେ ମୋଟା ଅଙ୍କର ଟଙ୍କା ପହଞ୍ଚିଥାଏ। ଏହି ସମୟର ଫାଇଦା ଉଠାଇବା ପାଇଁ କାର୍‌ କଂପାନିଗୁଡ଼ିକ ସଜବାଜ ହୋଇଯାଇଛନ୍ତି। ଚଳିତ ପୂଜାରେ ୫ଟି ନୂଆ ମଡେଲ୍‌ର କାର୍‌ ବଜାରକୁ ଆସିବା ପ୍ରାୟ ନିଶ୍ଚିତ ହୋଇଗଲାଣି। ସେଗୁଡ଼ିକ ହେଉଛି:

ନୂଆ ପିଢ଼ିର ହୋଣ୍ଡା ସିଆର୍‌-ଭି: ହୋଣ୍ଡା ପକ୍ଷରୁ ନୂଆ ପିଢ଼ିର ସିଆର୍‌-ଭିକୁୁ ଉନ୍ମୋଚନ କରାଯିବ। ଅକ୍ଟୋବରରେ ଏହା ବଜାରକୁ ଆସିବ। ଏହା ଉଭୟ ପେଟ୍ରୋଲ୍‌ ଓ ଡିଜେଲ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେବ।

ନୂଆ ଫୋର୍ଡ ଆସ୍ପାୟାର: ଫୋର୍ଡ ପକ୍ଷରୁ ଆସ୍ପାୟାର୍‌ର ଫେସ୍‌ଲିଫ୍ଟ ଭର୍ସନ୍‌କୁ ଉନ୍ମୋଚନ କରାଯିବ। ଏହି ଗାଡ଼ିକୁ ସିଏନ୍‌ଜି ଇଞ୍ଜିନ ସହିତ ଆଣିବା ଉପରେ କଂପାନି କାମ କରୁଛି। ଏହା ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ୍‌ ଇଞ୍ଜିନ ବିକଳ୍ପ ସହିତ ବଜାରକୁ ଆସିବ।

ନୂଆ ମାରୁତି ଏର୍ଟିଗା: ମାରୁତି ସୁଜୁକି ଏହାର ଏର୍ଟିଗାର ଦ୍ୱିତୀୟ ପିଢ଼ି ମଡେଲ୍‌କୁ ଉନ୍ମୋଚନ କରିବ। ଏହାର ଲୁକ୍‌ ଓ ବୈଶିଷ୍ଟ୍ୟରେ କିଛିଟା ପରିବର୍ତ୍ତନ ଅଣାଯିବ। ଏହା ମଧ୍ୟ ଉଭୟ ପେଟ୍ରୋଲ୍‌ ଓ ଡିଜେଲ ଇଞ୍ଜିନ ବିକଳ୍ପ ସହ ଆସିବ।

ହୁଣ୍ଡାଇ ସାଣ୍ଟ୍ରୋ: ସାଣ୍ଟ୍ରୋକୁ ପୁଣି ଥରେ ବଜାରକୁ ଆଣିବା ଉପରେ ହୁଣ୍ଡାଇ କାମ କରୁଛି। ଏହି କାର୍‌କୁ ପୂଜା ବଜାରରେ ଉନ୍ମୋଚନ କରାଯିବାର ସମ୍ଭାବନା ରହିଛି। ଏହା ବଜାରରେ ମାରୁତିର ଅଲ୍‌ଟୋ ଓ ରିନଲ୍ଟର କ୍ୱିଡ୍‌ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହା ପେଟ୍ରୋଲ୍‌ ଇଞ୍ଜିନ ସହ ଉପଲବ୍ଧ ହେବ।

ମର୍ସିଡିସ୍‌ ସି-କ୍ଲାସ୍‌: ମର୍ସିଡିସେ୍‌-ବେଞ୍ଜ୍‌ ପକ୍ଷରୁ ଚଳିତ ମାସରେ ସି-କ୍ଲାସ୍‌ର ଫେସ୍‌ଲିଫ୍ଟ ମଡେଲ୍‌କୁ ଉନ୍ମୋଚନ କରାଯିବ। ଏହାର ଇଞ୍ଜିନ ଅଧିକ ଶକ୍ତିଶାଳୀ ହେବ ଓ ଏଥିରେ ଅନେକ ନୂତନ ବୈଶିଷ୍ଟ୍ୟ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର