ୟେସ୍ ବ୍ୟାଙ୍କ ସହ-ପ୍ରତିଷ୍ଠାତା ରାଣା କପୁରଙ୍କୁ ପୁଣି ଗିରଫ କଲା ଇଡି

ନୂଆଦିଲ୍ଲୀ : ୟେସ ବ୍ୟାଙ୍କର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରମୋଟର ରାଣା କପୁରଙ୍କୁ ପୁଣି ଥରେ ଗିରଫ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ ବା ଇଡି । ଦେବାଳିଆ ହୋଇଯାଇଥିବା ପିଏମସି ବ୍ୟାଙ୍କରେ ହୋଇଥିବା ୪୩୦୦ କୋଟି ଟଙ୍କାର ଠକେଇ ସହ ସଂପୃକ୍ତ ଏକ ମନିଲଣ୍ଡରିଂ ବା ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଗତ ବର୍ଷ ୟେସ ବ୍ୟାଙ୍କ ଦୁର୍ନୀତି ମାମଲାରେ ରାଣା କପୁରଙ୍କୁ ଇଡି ଗିରଫ କରିଥିଲା । ଏବେ ସେ ବିଚାରବିଭାଗୀୟ ହାଜତରେ ଅଛନ୍ତି । ନୂଆ ମାମଲା ପରେ ତାଙ୍କୁ ଜେଲ ମଧ୍ୟରେ ଗିରଫ କରାଯାଇଛି ।

ଗତ ବର୍ଷ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସବ୍ୟାଙ୍କ ଉପରେ କଟକଣା ଲଗାଇଥିଲା । ପରେ ୟେସ ବ୍ୟାଙ୍କର ପରିଚାଳନା ଷ୍ଟେଟ ବ୍ୟାଙ୍କ ନିଜ ହାତକୁ ନେଇଥିଲା ।   ଗତ ବର୍ଷ ଜୁଲାଇରେ ରାଣା କପୁର ଏବଂ ତାଙ୍କ ପରିବାରର ଲଣ୍ଡନ, ନ୍ୟୁୟର୍କ ଏବଂ ମୁମ୍ବାଇରେ ଥିବା ସମ୍ପତ୍ତି ସମେତ ୧୪୦୦ କୋଟିରୁ ଅଧିକ ସମ୍ପତ୍ତି ମନି ଲଣ୍ଡରିଂ ଆଇନ ଅନୁଯାୟୀ ଇଡି ଜବତ କରିଥିଲା ।

 

ସମ୍ବନ୍ଧିତ ଖବର