ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି)ର ନୂଆ ଅଧ୍ୟକ୍ଷ ଭାବେ ଋଷି ସିଂହ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୦୦ରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ପ୍ରୋବେସନାରି ଅଫିସର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ ସିଂହଙ୍କ ଗ୍ରାମୀଣ ଋଣ, କର୍ପୋରେଟ୍ ଋଣ ଓ ବୈଦେଶିକ ମୁଦ୍ରା ବିନିମୟ କ୍ଷେତ୍ରରେ ତାଙ୍କର ୨୩ ବର୍ଷର ଅଭିଜ୍ଞତା ରହିଛି। ଓଜିବିରେ ଯୋଗଦାନ କରିବା ପୂର୍ବରୁ ସେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ବାଙ୍ଗାଲୋର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଓଜିବିର ଅଧ୍ୟକ୍ଷ ଭାବେ ସେ ଗ୍ରାମୀଣ ବିକାଶ ଓ ପ୍ରଯୁକ୍ତି ଉନ୍ନତିକୁ ପ୍ରାଧାନ୍ୟ ଦେବେ ବୋଲି ସେ କହିଛନ୍ତି।