ଦକ୍ଷିଣ ପୂର୍ବ ରେଳପଥର ନୂଆ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ

କୋଲକାତା: ଦକ୍ଷିଣ ପୂର୍ବ ରେଳପଥର ନୂଆ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଭାବେ ଆଦିତ୍ୟ କୁମାର ଚୌଧାରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରାଞ୍ଚିରେ ସିନିଅର ଡିଭିଜନାଲ ଅ‌ପରେସନ୍ସ ମ୍ୟ‌ାନେଜର ଭାବେ କାର୍ଯ୍ୟ କରୁଥିଲେ। ୨୦୧୧ ବ୍ୟାଚ୍‌ର ଭାରତୀୟ ରେଳ ଟ୍ରାଫିକ୍ ସେବାର ଅଧିକାରୀ ଶ୍ରୀ ଚୌଧାରୀ ସିଭିଲ ଇଞ୍ଜିନିୟରିଂରେ ଆଇଆଇଟି ରୁର୍‌କିରୁ ବି ଟେକ୍ ଡିଗ୍ରି ହାସଲ କରିଛନ୍ତି। ଟ୍ରେନ ପରିଚାଳାନା ଓ ରେଳବାଇର ବାଣିଜ୍ୟିକ ବିଷୟ ଉପରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି। ଶ୍ରୀ ଚୌଧାରୀ ଖଡ଼ଗପୁରରେ ସିନିଅର ଡିଭିଜନାଲ କମର୍ସିଆଲ ମ୍ୟାନେଜର, ଆଦ୍ରାରେ ସିନିଅର ଡିଭିଜନାଲ କମର୍ସିଆଲ ମ୍ୟାନେଜର ଓ ଡିଭିଜନାଲ ଅପରେସନ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର