୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍‌ ପାଇଁ ନୂଆ କ୍ଲିୟରିଂ ବ୍ୟବସ୍ଥା

ମୋଟା ଅଙ୍କର ଚେକ୍‌ କ୍ଲିୟରିଂ ପାଇଁ ନୂତନ ବ୍ୟବସ୍ଥା ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ପଚାଶ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍‌ଗୁଡ଼ିକୁ କ୍ଳିୟର କରିବା ଲାଗି ‘ପଜିଟିଭ୍ ପେ’ ବ୍ୟବସ୍ଥା ବିକଶିତ କରାଯିବ। ଏହି ବ୍ୟବସ୍ଥାରେ ବ୍ୟାଙ୍କକୁ ଚେକ୍ ଜାରି କରୁଥିବା ବ୍ୟକ୍ତି ଖାତା ନମ୍ବର, ଚେକ୍‌ର ମୂଲ୍ୟ, ଚେକ୍ ପାଇବାକୁ ଥିବା ବ୍ୟକ୍ତି ବା ସଂସ୍ଥାର ନାମ, ଚେକ୍ ନମ୍ବର, ଚେକ୍ ତାରିଖ ଇତ୍ୟାଦି ସୂଚନା ସହିତ ଚେକ୍‌ର ସାମ୍ନା ଓ ପଛ ପାର୍ଶ୍ବର ଫଟୋଚିତ୍ର ଦେବେ। ଚେକ୍‌ଟି ପାଇଥିବା ବ୍ୟକ୍ତି ତାହାକୁ ଜମା କରିବା ‌ବେଳେ ପୂର୍ବରୁ ବ୍ୟାଙ୍କ ପାଖରେ ଥିବା ସୂଚନା ସହ ତାହାକୁ ମେଳ କରାଯିବ। ଯଦି ସବୁ ସୂଚନା ଠିକ୍ ଥିବ ତେବେ ଚେକ୍ କ୍ଲିୟର ହେବ। ଚେକ୍ ପେମେଣ୍ଟ୍‌କୁ ଅଧିକ ସୁରକ୍ଷିତ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର