ଖଣ୍ଡଗିରି: ମିନିରତ୍ନ ସଂସ୍ଥା ବାଲ୍ମର ଲରି ପକ୍ଷରୁ ଛତାବରରେ ସ୍ଥାପନ କରାଯାଇଥିବା କୋଲ୍ଡ ଚେନ୍ ୟୁନିଟ୍କୁ ଭର୍ଚୁଆଲ୍ ମାଧ୍ୟମରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କଂପାନିର ଅଧ୍ୟକ୍ଷ ଆଦିକା ରତ୍ନ ଶେଖର ଯୋଗ ଦେଇଥିଲେ। ଶ୍ରୀ ଶେଖର କହିଛନ୍ତି ଯେ ଏହା ହେଉଛି ପୂର୍ବାଞ୍ଚଳରେ କଂପାନିର ପ୍ରଥମ ଓ ଦେଶର ଚତୁର୍ଥ ୟୁନିଟ୍। ଜାତୀୟ ରାଜପଥ ନିକଟରେ ୩୨ କୋଟି ଟଙ୍କା ବିନିଯୋଗରେ ୧.୫ ଏକର ଜମିରେ ଏହାକୁ ସ୍ଥାପନ କରାଯାଇଛି। ଏହା ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ସାବ୍ୟସ୍ତ ହେବ। ଏଥିରେ କେବଳ ଖାଦ୍ୟ ସାମଗ୍ରୀ ନୁହେଁ ଟିକା ଭଳି ଫାର୍ମା ସାମଗ୍ରୀ, ଆଳୁ, ଫଳ, ପନିପରିବା ଆଦିକୁ ମଧ୍ୟ ସଂରକ୍ଷିତ ରଖିହେବ। ଏହାର କ୍ଷମତା ହେଉଛି ୨ ହଜାର ପ୍ୟାଲେଟ୍ (ଫ୍ରୋଜେନ୍) ଓ ୩ ହଜାର ଏମ୍ଟି (ଆମ୍ବିଏଣ୍ଟ୍)। କାର୍ଯ୍ୟକ୍ରମରେ ବାଲ୍ମର ଲରିର ସେବା ବ୍ୟବସାୟ ନିର୍ଦ୍ଦେଶକ ଅଧିପ ନାଥ ପାଲ୍ ଚୌଧୁରୀ ଓ ଉତ୍ପାଦନ ବ୍ୟବସାୟ ନିର୍ଦେଶକ ଆର୍ଏମ୍ ରାଥାୟାରଜ ଉପସ୍ଥିତ ଥିଲେ।
ଛତାବରରେ ବାଲ୍ମର ଲରିର ନୂଆ କୋଲ୍ଡ ଚେନ୍ ୟୁନିଟ୍
/sambad/media/post_attachments/wp-content/uploads/2022/07/sfhsfhfshfsfhshfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)