ହୀରା ଗହଣାରେ ନୂଆ ସମ୍ଭାର: ରିଲାଏନ୍ସ ଜୁଏଲସ୍‌, ତନିସ୍କ

ଭୁବନେଶ୍ବର: ଅଳଙ୍କାର ପ୍ରତି ନାରୀମାନଙ୍କ ଦୁର୍ବଳତା ରହିଛି। ଘରଣୀଙ୍କ ଠାରୁ ଆରମ୍ଭ କରି କର୍ମମୟ ଜୀବନରେ ବ୍ୟସ୍ତ ଥିବା ମହିଳା ଭଳି ସବୁ ବର୍ଗର ମହିଳା ଅଳଙ୍କାର ପିନ୍ଧିବାକୁ ଭଲ ପାଆନ୍ତି। ଗ୍ରାହକମାନଙ୍କ ରୁଚିକୁ ନଜରରେ ରଖି ଗହଣା କଂପାନିଗୁଡ଼ିକ ନିୟମିତ ବ୍ୟବଧାନରେ ନୂଆ ନୂଆ ସମ୍ଭାର ଉପସ୍ଥାପନ କରୁଛନ୍ତି। ହୀରା ଗହଣା ଓ ଅଳଙ୍କାରକୁ ପସନ୍ଦ କରୁଥିବା ଗ୍ରାହକମାନଙ୍କ ପାଇଁ ଜାନୁଆରି ହେଉଛି ଏକ ବହୁତ ଭଲ ମାସ। ଦେଶର ଦୁଇଟି ପ୍ରମୁଖ ଗହଣା ପ୍ରତିଷ୍ଠାନ ହୀରା ଉପରେ ଉପସ୍ଥାପନ କରିଛନ୍ତି ଆକର୍ଷଣୀୟ ଗହଣା ସମ୍ଭାର ଓ ଅଫର। ତନିସ୍କ ପକ୍ଷରୁ ହୀରା ଗହଣା ଉପରେ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି। ସେହିପରି ରିଲାଏନ୍ସ ଜୁଏଲସ୍‌ ତରଫରୁ ନୂଆ ହୀରା ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି।

ରିଲାଏନ୍ସ ଜୁଏଲସ୍‌
ରିଲାଏନ୍ସ ଜୁଏଲ୍ସ ହୀରା ଅଳଙ୍କାରର ଏକ ନୂଆ ଓ ଟ୍ରେଣ୍ଡି ସମ୍ଭାର ଆଣିଛି ଯାହା ପାର୍ଟି ଓ କକ୍‌ଟେଲ୍ ପାଇଁ ବିଶେଷ ଭାବରେ ଉପଯୁକ୍ତ। ଏହି ସମ୍ଭାରରେ ରହିଛି ଷ୍ଟାଇଲିସ୍ ଇଅରରିଂ, ରିଙ୍ଗ୍‌, ବ୍ରେସଲେଟ୍‌, ପେଣ୍ଡେଂଟ ଓ ନେକ୍‌ଲେସ୍। ଏହି କଲେକ୍ସନ ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୁଳ ଓ ବ୍ରହ୍ମପୁର ସହର ସମେତ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟ ଗୁଡିକରେ ଉପଲବ୍ଧ ହୋଇଛି । ଗ୍ରାହକ ରିଲାଏନ୍ସ ଜୁଏଲ୍ସ ସୋ’ରୁମରୁ କିଣାକିଣି କରି ସୁନା ଗହଣାର ଗଢ଼ା ମଜୁରିରେ ୩୦% ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିହାତି ପାଇପାରିବେ । ଏହା ସହିତ ହୀରା ଗହଣାରେ ମଧ୍ୟ ୩୦% ରିହାତି ଉପଲବ୍ଧ ରହିଛି।

ତନିସ୍କ
ହୀରା ଗହଣା ପ୍ରେମୀଙ୍କ ପାଇଁ ତନିସ୍କ ପକ୍ଷରୁ ‘ସଗୁନ୍ ଫର ୨୧’ ଅଭିଯାନ ଘୋଷଣା କରାଯାଇଛି। ନୂଆବର୍ଷରେ ନୂଆ ଚମକ ଆଣିବାର ପ୍ରତିଶ୍ରୁତି ନେଇ କଂପାନି ହୀରା ଗହଣା ଉପରେ ସ୍ବତନ୍ତ୍ର ରିହାତି ଘୋଷଣା କରିଛି। ଗ୍ରାହକମାନେ ହୀରା ଗହଣା ମୂଲ୍ୟ ଉପରେ ୨୧% ପର୍ଯ୍ୟନ୍ତ ରିହାତି ପାଇପାରିବେ। କଂପାନି ପକ୍ଷରୁ ୧୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହୀରା ଗହଣା ଉପରେ ଅତିରିକ୍ତ ରିହାତି ପ୍ରଦାନ କରାଯାଉଛି। ଗ୍ରାହକମାନେ ନିଜ ପୁରୁଣା ସୁନା ଗହଣା ବଦଳାଇ ହୀରା ଗହଣା ନେଇପାରିବେ। ସୁନା ଏକ୍ସଚେଞ୍ଜ୍‌ ଉପରେ କଂପାନି ୧୦୦% ମୂଲ୍ୟ ପ୍ରଦାନ କରୁଛି। ଗ୍ରାହକମାନେ ତନିସ୍କ ଷ୍ଟୋର୍‌ କିମ୍ବା ଅନ୍‌ଲାଇନ୍‌ରେ ସପିଙ୍ଗ୍‌ କରିପାରିବେ।

ସମ୍ବନ୍ଧିତ ଖବର