ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟର ନୂଆ ପାଠ୍ୟକ୍ରମ

ଭୁବନେଶ୍ବର: ଆଇସିଏଫ୍‌ଏଆ‌ଇ ଡିମ୍‌ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ବେଙ୍ଗାଲୁର ଅଫ୍ କ୍ୟାମ୍ପସ୍ ସେଣ୍ଟର୍‌ରେ ନୂଆ ବିବିଏ-ଏମ୍‌ବିଏ, ବି କମ୍-ଏମ୍‌ବିଏ ଓ ବିଏସ୍‌ସି-ଡାଟା ଆନାଲିଟିକ୍ସ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ୨୦୨୧ ଶିକ୍ଷା ବର୍ଷ ଠାରୁ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି।‌ ବେଙ୍ଗାଲୁରୁରେ ଥିବା ଆଇସିଏଫ୍‌ଏଆଇ ବିଜନେସ୍‌ ସ୍କୁଲ୍‌ (ଆଇବିଏସ୍‌)ର କେଙ୍ଗେରି କ୍ୟାମ୍ପସ୍‌ରେ ଏହି ପାଠ୍ୟକ୍ରମ ପ୍ରଦାନ କରାଯିବ। ଏହି ପାଠ୍ୟକ୍ରମଗୁଡ଼ିକୁ ଆରମ୍ଭ କରିବା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଇସିଏଫ୍‌ଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନ୍‌କୁ ଅନୁମତି ପ୍ରଦାନ କରାଯାଇଛି।

ପାଠ୍ୟକ୍ରମର ପ୍ରସ୍‌ପେକ୍ଟସ୍‌ ଉନ୍ମୋଚନ ଲାଗି ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଆଇଆଇଏମ୍ ବାଙ୍ଗାଲୋରର ପ୍ରଫେସର-‌ଷ୍ଟ୍ରାଟେଜି ପ୍ରଫେସର ଏସ୍‌ ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇସିଏଫ୍‌ଏଆଇ ଗ୍ରୁପ୍‌ର ପ୍ରଫେସର ଏ ଭି ବେଦପୁରିଶ୍ବର ଓ ପ୍ରଫେସର ସି ଏସ୍‌ ସାଇଲାଜାନ ଉପସ୍ଥିତ ଥିଲେ। ଆଇସିଏଫ୍‌ଏଆଇ ଫାଉ‌ଣ୍ଡେସନ ଫର ହାୟର ଏଜୁକେସନର କୁଳପତି ପ୍ରଫେସର ଜେ ମହିନ୍ଦର ରେଡ୍ଡି କହିଛନ୍ତି ଯେ ବେଙ୍ଗାଲୁରୁ କ୍ୟାମ୍ପସ୍‌ ବିଶ୍ବବିଦ୍ୟାଳୟର ହାଇଦ୍ରାବାଦ ମୁଖ୍ୟ କା‌ର୍ଯ୍ୟାଳୟ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର