ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏଭଳି ପାଇଖାନା ନିର୍ମାଣ କଲେ ଏହି ଭାରତୀୟ ଯୁବକ, ପକେଟକୁ ସୁହାଇବ ଦାମ

ନୂଆଦିଲ୍ଲୀ: ଦେଶୀ ପାଇଖାନା ବା ଇଣ୍ଡିଆନ ଟଏଲେଟ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ | ଆଜିକାଲି ଡାକ୍ତରମାନେ ମଧ୍ୟ ଏଭଳି ପାଇଖାନା ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି । ଯଦି ଆପଣ ‘ପିକୁ’ ଚଳଚ୍ଚିତ୍ର ଦେଖିଥିବେ, ତେବେ ଅମିତାଭ ବଚ୍ଚନ ମଧ୍ୟ ଆପଣଙ୍କୁ ଏହାର ପ୍ରମାଣ ଦେଉଥିବାର ନଜର ଆସିବେ | କିନ୍ତୁ ବୃଦ୍ଧମାନଙ୍କ ପାଇଁ ଏହାକୁ ବ୍ୟବହାର କରିବା ପ୍ରାୟତଃ କଷ୍ଟକର ହୋଇଯାଏ | ବିଶେଷ କରି ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିମାନେ ଆଜିକାଲି କମୋଡ଼ ବ୍ୟବହାର କରୁଛନ୍ତି | ତେବେ ସତ୍ୟଜିତ୍ ମିତ୍ତଲ ନାମକ ଜଣେ ଯୁବ ଭାରତୀୟ ଏହି ସମସ୍ୟାର ସମାଧାନ ଖୋଜି ପାଇଛନ୍ତି। ବାସ୍ତବରେ, ଦେଶୀ ପାଇଖାନା(ଯେଉଁଠାରେ ପାଦ ରଖନ୍ତି)କୁ ପଛପଟରୁ ଏହାର ଟିକିଏ ଉଚ୍ଚା କରିଦେଇଛନ୍ତି, ଯାହା ଦ୍ୱାରା ଜଣେ ସହଜରେ ବସିପାରିବ |

ସତ୍ୟଜିତ୍ କୁହନ୍ତି, “ମୁଁ ପ୍ରଥମେ ଏହି ସମସ୍ୟାକୁ ଦେଖି ଅନେକ ଥର ଭାବିଥିଲି | ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ଥିଲେ ବି ଲୋକମାନେ ସହଜରେ ବସିବାରେ ସକ୍ଷମ ହୋଇନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କମୋଡ଼ ବ୍ୟବହାର କରୁଥିବା ଲୋକଙ୍କ ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ସ୍କ୍ୱାଟ୍ ଇଜ୍ ନାମରେ ଏହି ଅଭିନବ ପାଇଖାନା ନିର୍ମାଣ କରିଥିଲେ | ୨୦୧୬ରେ, ସତ୍ୟଜିତ୍ ସ୍କ୍ୱାଟ୍ ଇଜ୍ ର କଳ୍ପନା କରିଥିଲେ |ଏହା ପରେ ସେ ଭାରତ ସରକାରଙ୍କଠାରୁ ପ୍ରୋଟୋଟାଇପ୍ ଗ୍ରାଣ୍ଟ ପାଇ କାମ କରିବା ଆରମ୍ଭ କଲେ |

ସତ୍ୟଜିତ୍ ଭାରତୀୟ ପାଇଖାନାକୁ ପୁନଃଡିଜାଇନ୍ କରିଛନ୍ତି ଯାହା ଦ୍ୱାରା ଲୋକମାନଙ୍କର ଆଣ୍ଠୁ, ଜଂଘ କିମ୍ବା ଗଣ୍ଠି ଉପରେ ଅଧିକ ଚାପ ପଡିବ ନାହିଁ। ସତ୍ୟଜିତଙ୍କ ଏହି ପାଇଖାନାରେ ଲୋକମାନଙ୍କୁ ଗୋଇଠିକୁ ଭଲ ଭାବେ ରଖିବା ପାଇଁ ସୁବିଧା ଦେଉଥିବାବେଳେ ସେ ଦାବି କରିଛନ୍ତି ଯେ ଦୃଷ୍ଟିହୀନ ବ୍ୟକ୍ତିମାନେ ମଧ୍ୟ ଏହି ପାଇଖାନାକୁ ସହଜରେ ବ୍ୟବହାର କରିପାରିବେ | ତେବେ ଆପଣ ଭାବୁଥିବେ ଯେ ଏହି ପାଇଖାନାର ମୂଲ୍ୟ ବହୁତ ଅଧିକ ଥିବ | କିନ୍ତୁ ସେମିତି ଆଦୌ ନୁହେଁ | ଏହି ପାଇଖାନାର ମୂଲ୍ୟ ମାତ୍ର ୯୯୯ ଟଙ୍କା ରହିଛି | ୨୦୧୯ରେ ପ୍ରୟାଗରାଜ କୁମ୍ଭମେଳାରେ ପ୍ରାୟ ୫୦୦୦ ସ୍କ୍ୱାଟ୍ ଇଜ୍ ପାଇଖାନା ସ୍ଥାପନ କରାଯାଇଥିଲା |

ସମ୍ବନ୍ଧିତ ଖବର