ଟଙ୍କଧର ତ୍ରିପାଠୀ ଏସ୍‍ଇସିଏଲ୍‍ ନିର୍ଦ୍ଦେଶକ ନିଯୁକ୍ତ

ଭୁବନେଶ୍ୱର : ଦେଶର ବୃହତ୍ତମ କୋଇଲା ଉତ୍ପାଦନକାରୀ କମ୍ପାନୀ ସାଉଥ୍ ଇଷ୍ଟର୍ନ କୋଲଫିଲ୍ଡସ୍ ଲିମିଟେଡ୍ (ଏସ୍‍ଇସିଏଲ୍‍) ର ବୋର୍ଡ ଅଫ୍ ଡାଇରେକ୍ଟର ଭାବରେ ଟଙ୍କଧର ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି ।

ତିନି ବର୍ଷ ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଏସ୍‍ଇସିଏଲ୍‍ର ସିଏମ୍‍ଡିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।

ଏସ୍‍ଇସିଏଲ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା କହିଛନ୍ତି ଯେ କମ୍ପାନୀର ନୀତିକୁ ରଣନୀତିକ ନେତୃତ୍ୱ ପ୍ରଦାନ କରିବାରେ ଶ୍ରୀ ତ୍ରିପାଠୀ ପ୍ରମୁଖ ଭୂମିକା ଗ୍ରହଣ କରିବେ । ତାଙ୍କର ଅଭିଜ୍ଞତା ନିଶ୍ଚିତ ଭାବରେ କମ୍ପାନୀର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ କରିବାରେ ସଫଳ ହେବା ସହିତ କମ୍ପାନୀ ମଧ୍ୟ ଆଗାମୀ ଦିନରେ ଲାଭବାନ ହେବ ।

ଶ୍ରୀ ଟଙ୍କଧର ତ୍ରିପାଠୀ ଓଡ଼ିଶା ରାଜ୍ୟ ବିଜେପିର ସମ୍ପାଦକ ପଦବୀରେ ଥିବାବେଳେ ତାଙ୍କର ନେତୃତ୍ୱ ଓ କାର୍ଯ୍ୟଶୈଳୀ ପ୍ରତି ଲୋକଙ୍କର ବେଶ୍‍ ସମର୍ଥନ ରହିଛି । ତାଙ୍କର ଏହି ନୂଆ ନିଯୁକ୍ତିକୁ ଦଳ ତଥା ଦଳ ବାହାରୁ ସ୍ୱାଗତ କରାଯାଇଛି ।

ସମ୍ବନ୍ଧିତ ଖବର