ନୂଆ ଭରସା ଶକ୍ତିକାନ୍ତ, କୃଷ୍ଣମୂର୍ତି

ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ପଦରୁ ଅରବିନ୍ଦ ସୁବ୍ରମଣିଅନ୍ ଇସ୍ତଫା ଦେବାର ପ୍ରାୟ ୬ ମାସ ପରେ ସରକାର ଚଳିତମାସରେ କୃଷ୍ଣମୂର୍ତି ସୁବ୍ରମଣିଅନ୍‌ଙ୍କୁ ଏହି ପଦରେ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ୪୭ ବର୍ଷୀୟ ସୁବ୍ରମଣିଅନ୍ ଦେଶର ସର୍ବକନିଷ୍ଠ ଅର୍ଥନୈତିକ ଉପଦେଷ୍ଟା ହେବାର ଗୌରବ ଲାଭ କରିଛନ୍ତି। ଏହି ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜ୍‌ନେସ୍‌ରେ ସହଯୋଗୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ସୁବ୍ରମଣିଅନ୍ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିଅରିଂରେ ଡିଗ୍ରି ହାସଲ କରିବା ସହିତ ଆଇଆଇଏମ୍ କୋଲକାତାରୁ ମ୍ୟାନେଜମେଣ୍ଟ, ଚିକାଗୋ ବିଶ୍ବବିଦ୍ୟାଳୟର ବୁଥ୍ ସ୍କୁଲ୍ ଅଫ୍ ବିଜ୍‌ନେସ୍‌ରୁ ପିଏଚଡି ହାସଲ କରିଛନ୍ତି। ଏହାବ୍ୟତୀତ ଚଳିତ ବର୍ଷର ଅନ୍ୟ ଏକ ବଡ଼ ନିଯୁକ୍ତି ହେଲା ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର। ତାମିଲନାଡ଼ୁ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଫିସର ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ସରକାର ନିଯୁକ୍ତି ଦେଇଛନ୍ତି। ରିଜର୍ଭ ବ୍ୟାଙ୍କର ସର୍ବୋଚ୍ଚ ପଦରେ ଅବସ୍ଥାପିତ ହେବାରେ ଶ୍ରୀ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ।

ସମ୍ବନ୍ଧିତ ଖବର