ଡଃ ସିତିକଣ୍ଠ ପଟ୍ଟନାୟକ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ

ଭୁବନେଶ୍ବର : ଡଃ ସିତିକଣ୍ଠ ପଟ୍ଟନାୟକ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ତାଙ୍କ ସହିତ ଡଃ ରାଜୀବ ରଂଜନଙ୍କୁ ମଧ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଏ ସଂପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯାଇଛି ।

ଡ.ପଟ୍ଟନାୟକ ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଧିନସ୍ଥ ଅର୍ଥନୀତି ଓ ନୀତି ଗବେଷଣା ବିଭାଗ (ଡିଇପିଆର)ର ପରାମର୍ଶଦାତା ଭାବେ କାମ କରୁଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟରେ ଅର୍ଥନୀତିରେ ଏମଏ କରିଥିବା ଡ.ପଟ୍ଟନାୟକ ପରବର୍ତ୍ତୀକାଳରେ ମୁମ୍ବାଇ ବିଶ୍ବ ବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି, ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ଏମଫିଲ, ଆମଷ୍ଟରଡାମ ବିଶ୍ବବିଦ୍ୟାଳୟରୁ ଅନ୍ତର୍ଜାତୀୟ ଫାଇନାନ୍ସରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି । ଅର୍ଥନୀତି କ୍ଷେତ୍ରରେ ତାଙ୍କର ତିନି ଦଶନ୍ଧିର ଅଭିଜ୍ଞତା ରହିଛି ।

ଅନ୍ୟପକ୍ଷରେ ଡ.ରାଜୀବ ରଂଜନ  ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ମାଷ୍ଟର୍ସ ଡିଗ୍ରୀ କରିବା ସହ ମୁମ୍ବାଇ ବିଶ୍ବ ବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି । ରିଜର୍ଭ ବ୍ୟାଙ୍କ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ ହେବା ପୂର୍ବରୁ ସେ ମନିଟାରୀ ପଲିସୀ ବିଭାଗର ମୁଖ୍ୟ ପରାମର୍ଶଦାତା ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ତିନି ଦଶନ୍ଧିର ଅଭିଜ୍ଞତା ରହିଛି ।

 

ସମ୍ବନ୍ଧିତ ଖବର