ଜିତେନ୍ଦ୍ର ନିଉ ଇଭି ଟେକ୍ ତରଫରୁ ବଜାରରେ ନୂଆ ଇଲେକ୍‌ଟ୍ରିକ୍ ସ୍କୁଟର

ଭୁବନେଶ୍ବର: ଜିତେନ୍ଦ୍ର ନିଉ ଇଭି ଟେକ୍ ତରଫରୁ ଜେଏମ୍‌ଟି ୧୦୦୦ ଏଚ୍‌ଏସ୍‌ ନାମକ ନୂଆ ଇଲେକ୍‌ଟ୍ରିକ ଯାନ ଭୁବନେଶ୍ବର ବଜାରରେ ଉନ୍ମୋଚନ କରାଯାଇଛି। ଏହାର ଦାମ୍ ହେଉଛି ୭୫ ହଜାର ଟଙ୍କା। ଷ୍ଟାର୍ଟ କରିବାର ୮ ସେକେଣ୍ଡ ଭିତରେ ଏହା ୦-୪୦ କିମି ବେଗରେ ଦୌଡ଼ିବାକୁ ପ୍ରସ୍ତୁତ ହୋଇଯାଉଛି। ଏହା ୨୦୦ କେଜି ଓଜନ ବୋହିବା କ୍ଷମତା ରହିଥିବା ବେଳେ ଏଥିରେ ଡବଲ୍ ସିଟ୍ ରହିଛି। ଏହାର ଲିଥିଅମ୍ ଆୟନ ବ୍ୟାଟେରି ୩ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ। ଥରେ ଚାର୍ଜ କରି ଏହାକୁ ୯୦ କିଲୋମିଟର ଚଲାଇହେବ ବୋଲି କଂପାନିର ଏମ୍‌ଡି ଜିତେନ୍ଦ୍ର ଶାହ କହିଛନ୍ତି। ଆସନ୍ତା ୩-୪ ବର୍ଷ ଭିତରେ ଓଡ଼ିଶାରେ ଇଲେକ୍‌ଟ୍ରିକ୍ ଯାନ ସଂଖ୍ୟା ୧ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର