ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀ! ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ଆପଣଙ୍କ ପାଇଁ କମ୍ପାନି ଆଣିଛି ଆକର୍ଷଣୀୟ ନୂଆ ଫିଚର୍‌

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଟେକ୍ସଟିଂ ଆପ୍‌ ହ୍ଵାଟ୍‌ସଅପରେ ଏଣିକି କିଛି ନୂଆ ଫିଚର୍‌ ଦେଖିବାକୁ ମିଳିବ। ହ୍ଵାଟ୍‌ସଆପ୍‌ର ବେଟ ଭର୍ସନରେ ‘ଚେଞ୍ଜ୍‌ ମୋବାଇଲ୍‌ ନମ୍ବର’ ବିକଳ୍ପକୁ ଅପ୍‌ଗ୍ରେଡ କରାଯାଇଛି। ଏହି ଫିଚର୍‌ ଜରିଆରେ ବ୍ୟବହାରକାରୀ ତାଙ୍କ ନୂଆ ନମ୍ବର ଯେଉଁ କଣ୍ଟାକ୍ଟସଙ୍କୁ ଦେବାକୁ ଚାହାନ୍ତି ସେ ସଂପର୍କରେ ସୂଚନା ଦେଇପାରିବେ। ଆପଣ ନୂଆ ନମ୍ବର ନେବା ମାତ୍ରେ ହିଁ ଆପଣଙ୍କ କଣ୍ଟାକ୍ଟସରେ ଥିବା ବ୍ୟବହାରକାରୀଙ୍କୁ ନୋଟିଫିକେସନ୍‌ ପ୍ରଦାନ କରାଯିବ। ଏହ ଦ୍ୱାରା ପୂର୍ବରୁ ଏକ ଅସୁବିଧା ହେଉଥିଲା। ଆପଣ ଯେଉଁମାନଙ୍କୁ ନୂଆ ନମ୍ବର ସଂପର୍କରେ ସୁଚନା ଦେବାକୁ ଚାହୁଁନଥିଲେ ସେମାନଙ୍କୁ ବି ସୂଚନା ମିଳି ଯାଉଥିଲା। ମାତ୍ର ଏହି ନୂଆ ଅପ୍‌ଗ୍ରେଡ୍‌ ଆପଣଙ୍କୁ ୩ଟି ନୂଆ ସୁବିଧା ପ୍ରଦାନ କରିବ। ଏଥିରେ All Contacts, Contacts I have chats with ଏବଂ Custom ବୋଲି ୩ଟି ବିକଳ୍ପ ଦୃଶ୍ୟମାନ ହେବ।

All Contacts: ଏହି ବିକଳ୍ପକୁ ସକ୍ରିୟ କରିଥିଲେ, ଆପଣ ଯେତେବେଳେ କୌଣସି ନୂଆ ନମ୍ବର ନେବେ ତାହାର ନୋଟିଫିକେସନ୍‌ ସମସ୍ତଙ୍କୁ ପଠାଇ ଦିଆଯିବ।

Contacts I have chats with: ଏହି ବିକଳ୍ପଟି ହେଉଛି ସେଇମାନଙ୍କ ପାଇଁ ଯାହାଙ୍କ ସହ ଆପଣ ପୂର୍ବରୁ କେବେ ନା କେବେ ଚାଟ୍‌ କରିଛନ୍ତି। ପୂର୍ବରୁ ଆପଣ ଯେଉଁମାନଙ୍କ ସହ ଚାଟ୍‌ କରିଥିବେ ସୂଚନା କେବଳ ସେମାନଙ୍କୁ ହିଁ ମିଳିବ।

Custom : ଏହି ବିକଳ୍ପ ଆପଣଙ୍କ ଇଚ୍ଛାଧୀନ। ଏହି ବିକଳ୍ପକୁ ବ୍ୟବହାରକରି କେବଳ ଆପଣ ସେଇମାନଙ୍କୁ ହିଁ ନିଜ ନୂଆ ନମ୍ବର ସଂପର୍କରେ ସୂଚନା ଦେଇପାରିବେ, ଯେଉଁମାନଙ୍କୁ ଦେବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର