ମୁମ୍ବାଇ: ଦୁନିଆରେ ସବୁଠାରୁ ବେଶି ବ୍ୟବହାର କରାଯାଉଥିବା ମେସେଜିଂ ଆପ୍ ହେଉଛି ହ୍ଵାଟ୍ସଆପ୍। ଏଥିରେ ଏବର୍ଷ କେତେକ ନୂଆ ଫିଚର୍ସ ଆସିବାକୁ ଅଛି। ଏଥିରେ ମୁଖ୍ୟତଃ ଡିଜାଇନ୍ ଓ ଚାଟ ଆଧାରିତ ଫିଚର୍ ରହିଛି। ଗତ ବର୍ଷ ବି କମ୍ପାନି ହ୍ଵାଟ୍ସଆପରେ କିଛି ନୂଆ ଫିଚର ଆଣିଛି, ଯାହାକି ବ୍ୟବହାରକାରୀଙ୍କୁ ଖୁବ୍ ପସନ୍ଦ ଆସଛି। ଏବର୍ଷ ଆଉ କିଛି ଫିଚର୍ ଆସିବାର ସୂଚନା ରହିଛି।
ମିଡିଆ ପ୍ରିଭ୍ୟୁ: ହ୍ଵାଟ୍ସଆପ ଏବେ ମିଡିଆ ପ୍ରିଭ୍ୟୁ ଫିଚର୍ର ଟେଷ୍ଟିଂ କରୁଛି। ଏହି ଫିଚର ଜରିଆରେ ବ୍ୟବହାରକାରୀ ନୋଟିଫିକେସନ ଜରିଆରେ ଭିଡିଓ, ଅଡିଓ ଓ ଇମେଜର ପ୍ରିଭ୍ୟୁ କରି ଦେଖି ପାରିବେ। ଫାଇଦା ଏହାକି, ପ୍ରତ୍ୟେକ ଥର କିଛି ବି ଗୋଟିଏ ମେସେଜ ଦେଖିବା ପାଇଁ ହ୍ଵାଟ୍ସଆପ ଖୋଲିବା ଆବଶ୍ୟକ ପଡ଼ିବ ନାହିଁ।
ଡାର୍କ ମୋଡ: ଏହି ଫିଚର କମ୍ପାନି ଅନେକ ଆଗରୁ କରି ରଖିଥିଲେ ବି ଏବର୍ଷ ଲାଗୁ କରିବାକୁ ଯାଉଛି। କମ୍ ଲାଇଟ କିିମ୍ବା ଅନ୍ଧାରରେ ହ୍ଵାଟ୍ସଆପ ବ୍ୟବହାର କରିବା ପାଇଁ ଏହି ଫିଚର ସାହାଯ୍ୟ କରିବ।
କଣ୍ଟାକ୍ଟସ ର୍ୟାକିଂ ଫିଚର: ଏହି ଫଚର ଜରିଆରେ ଆପଣ କାହା ସହ ବେଶି ଚାଟ କରୁଛନ୍ତି ଓ କାହା ସହ କମ୍ ଚାଟ କରୁଛନ୍ତି ତାହାର ତାଲିକା କରି ପାରିବେ। ଏହା ଦ୍ୱାରା ଆପଣଙ୍କ କାମ ଆହୁରି ସହଜ ହୋଇଯିବ।
ପ୍ରାଇଭେଟ ରିପ୍ଲାଏ: ଏହି ଫଚର୍ ମୁଖ୍ୟତଃ ଗ୍ରୁପ୍ ପାଇଁ। ଗ୍ରୁପ୍ ଭିତରେ ଆପଣ କାହାକୁ ବ୍ୟକ୍ତିଗତ ମେସେଜ ପଠାଇବାକୁ ଚାହୁଁଥିଲେ ଏହି ଫିଚର ଜରିଆରେ ଜଣକୁ କେବଳ ମେସେଜ ପଠାଇ ପାରିବେ।
ଲକ୍ ଫିଚର: ଆପଣ ଚାହିଁଲେ ନିଜ ହ୍ଵାଟ୍ସଆପ୍ରେ ଫିଙ୍ଗ୍ରପ୍ରିଣ୍ଟ କିମ୍ବା ଫେସ୍ ଲକ୍ ପକାଇ ପାରିବେ। ପୂର୍ବରୁ କେବଳ ହ୍ଵାଟ୍ସଆପ୍ ଲକ୍ କରିବା ପାଇଁ କୌଣସି ସୁବିଧା ନଥିଲା।