ହ୍ଵାଟ୍‌ସଆପ୍‌ ଆଣିବାକୁ ଯାଉଛି ନୂଆ ଫିଚର, ଆପଣଙ୍କ ବିନା ଅନୁମତରେ କେହି ଆପଣଙ୍କ ଚାଟ୍‌ ପଢ଼ି ପାରିବେ ନାହିଁ, କେମିତି ଜାଣନ୍ତୁ?

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଚାଟିଂକୁ ଆହୁରି ସୁରକ୍ଷିତ କରିବା ପାଇଁ ମେସେଜିଙ୍ଗ ଆପ୍‌ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହି ଫିଚର ଆସିବା ଦ୍ୱାରା କେହି ଆପଣଙ୍କ ଫୋନ ନେଇ ଆପଣଙ୍କ ଚାଟ୍‌କୁ ପଢ଼ି ପାରିବେ ନାହିଁ । ଏହି ସୂଚନା ହ୍ଵାଟ୍‌ସଆପ୍‌ ଟୁଇଟ୍‌ କରିବା ଜଣାଇବା ପରେ ଖବରଟି ସାମ୍ନାକୁ ଆସିଛି ।

ହ୍ଵାଟ୍‌ସଆପ୍‌ର ଫିଚର ଉପରେ ନଜର ରଖୁଥିବା ଓ୍ଵାବ୍‌ବେଟାଇନ୍‌ଫୋ ତରଫରୁ କରାଯାଇଥିବା ଟୁଇଟ୍‌ ଅନୁଯାୟୀ, ଓ୍ଵାଟ୍‌ସଆପ୍‌ ବେଟା ଆଣ୍ଡ୍ରୋଏଡ୍‌ ୨.୧୯.୩ ଅପ୍‌ଡ଼େଟ୍‌ରେ ବ୍ୟବହାରକାରୀଙ୍କୁ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଦିଆଯିବ । ଏହା ଛଡ଼ା ଫେସ୍‌ ଆଇଡି ଏବଂ ଟଚ୍‌ ଆଇଡି ଉପରେ ମଧ୍ୟ ହ୍ଵାଟ୍‌ସଆପ୍‌ କାମ କରିବ ବୋଲି ଜଣା ପଡ଼ିଛି । ଏହି ସବୁ ଫିଚର ଖୁବ୍‌ ଶୀଘ୍ର ଆଇଓଏସ୍‌ରେ ମଧ୍ୟ ଉପଲବ୍ଧ ହେବ। ହ୍ଵାଟ୍‌ସଆପ୍‌ରେ ଫିଙ୍ଗରପ୍ରିଣ୍ଟ ସିକ୍ୟୁରିଟିର ସୁବିଧା ପୂର୍ବରୁ ଥିଲା । କିନ୍ତୁ ପୂର୍ବରୁ ତୃତୀୟ ପକ୍ଷ ଜରିଆରେ ଏହି ସୁବିଧା ବ୍ୟବହାରକାରୀଙ୍କୁ ଦିଆ ଯାଉଥିବା ବେଳେ ଏବେ ଏହା ହ୍ଵାଟ୍‌ସଆପ୍‌ ପକ୍ଷରୁ ସିଧାସଳଖ ଭାବରେ ବ୍ୟବହାରକାରୀଙ୍କୁ ମିଳି ପାରିବ ।

ସମ୍ବନ୍ଧିତ ଖବର