ବ‌ା‌କସନ୍ସ ହୋମିଓପାଥିର ନୂଆ ସୋ’ରୁମ୍

ଭୁବନେଶ୍ବର: ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ପ୍ରିୟଦର୍ଶନୀ କଲୋନିରେ ବାକ୍‌ସନ୍ସ ହୋମିଓପାଥିର ନୂଆ ସ୍ବତନ୍ତ୍ର ଷ୍ଟୋର ଉଦ୍‌ଘାଟିତ ହୋଇଛି। ସଂସ୍ଥାର ପ୍ରତିଷ୍ଠାତା ଓ ସିଏମ୍‌ଡି ଡ. ଏସ୍‌ ପି ଏସ୍‌ ବକ୍ସି ଏହାକୁ ଉଦ୍‌ଘାଟନ କରିଛନ୍ତି। ସୋ’ରୁମ୍‌ରେ କଂପାନିର ବ୍ୟାପକ ଔଷଧ ବର୍ଗମାଳା ଉପଲବ୍ଧ ରହିଛି। ଆସନ୍ତା ୩ରୁ ୫ ବର୍ଷ ଭିତରେ କଂପାନି ଆଉ ୫୦ଟି ସୋ’ରୁମ୍ ଖୋଲିବାକୁ ଯୋଜନା ରଖିଛି। ଉତ୍ତରପ୍ରଦେଶରୁ ସେହି ସମ୍ପ୍ରସାରଣ ଆରମ୍ଭ ହେବ ବୋଲି ଡ. ବକ୍ସି କହିଛନ୍ତି। ବାକ୍‌ସନ୍ସ ହୋମିଓପାଥିରେ ଔଷଧ ବ୍ୟତୀତ ନ୍ୟୁଟ୍ରିସନାଲ୍ ସପ୍ଲିମେଣ୍ଟ୍‌, ପର୍ସନାଲ କେୟାର ଓ ପଶୁ ସମ୍ପଦ ଔଷଧ ମଧ୍ୟ ବିକ୍ରି ହେଉଛି। ଋତୁ ଭିତ୍ତିକ ଆଲର୍ଜି, ଗ୍ୟାସ୍ ସମସ୍ୟା, ମାଂସପେଣୀ ଓ ଖଞ୍ଜା ଯନ୍ତ୍ରଣା, ମାଇଗ୍ରେନ୍ ଓ ଡାଇବେଟିସ୍, ରକ୍ତଚାପ ଓ ଥାଇରଏଡ୍‌ ଭଳି ଜୀବନଶୈଳୀ ରୋଗ ପାଇଁ ସେ’ରୁମ୍‌ରେ ପରାମର୍ଶ ଗ୍ରହଣ କରିବା ସହ ଔଷଧ ହାସଲ କରିହେବ।

ସମ୍ବନ୍ଧିତ ଖବର