ହୋଣ୍ଡା କାର୍‌ସର ନୂଆ ସିଟି

ଭୁବନେଶ୍ବର: ସେଣ୍ଟ୍ରାଲ୍‌ ହୋଣ୍ଡାରେ ଆଜି ହୋଣ୍ଡା କାର୍‌ସ ଇଣ୍ଡିଆର ନୂଆ ହୋଣ୍ଡା ସିଟି ପେଟ୍ରୋଲ୍‌କୁ ଉନ୍ମୋଚନ କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କର ଡିଜିଏମ୍‌ ସଞ୍ଜୟ କୁମାର ଝା, ଆର୍‌ଏମ୍ ଶ୍ରୀକାନ୍ତ ଦାସ, ଏଜିଏମ୍‌ ସୌରଭ ଦାସ, ସେଣ୍ଟ୍ରାଲ୍‌ ହୋଣ୍ଡାର ନିର୍ଦେଶିକା ସିନୁ ଧାୱନ ଓ ଏଜିଏମ୍ ପାର୍ଥସାରଥୀ ରାଉତରାୟ ନୂଆ ସିଟିକୁ ଉନ୍ମୋଚନ କରିଛନ୍ତି। ଭୁବନେଶ୍ବରରେ ନୂଆ ସିଟିର ଏକ୍ସ ‌ସୋ’ରୁମ୍‌ ମୂଲ୍ୟ ୧୧.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ବେସ୍‌ ଓ ପର୍ଲ ଭଳି ଦୁଇଟି ଭାରିଆଣ୍ଟ୍‌ରେ ଏହା ଉପଲବ୍ଧ ହୋଇଛି।

ଏଥିରେ ରହିଛି ନୂଆ ଫ୍ରଣ୍ଟ୍‌ ଗ୍ରିଲ୍‌, ନୂଆ ଡିଜାଇନ୍‌ର ଆଗ ଓ ପଛ ବମ୍ପର, ଆଲୟ ହ୍ବିଲ୍, ହୋଣ୍ଡା ସେନ୍‌ସିଂ ପ୍ରଯୁକ୍ତି, ଓୟାରଲେସ୍‌ ଆଣ୍ଡ୍ରଏଡ୍‌ ଅଟୋ, ଆପଲ୍‌ କାର୍‌ ପ୍ଲେ, ଓୟାରଲେସ୍‌ ଚାର୍ଜର, ରେନ୍ ସେନ୍‌ସିଂ ଅଟୋ ୱାଇପର୍‌ ଭଳି ସୁବିଧାସୁଯୋଗ। ଏହା ଛଅଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହୋଇଛି। ଗ୍ରାହକମାନେ ନୂଆ ହୋଣ୍ଡା ସିଟି ଉପରେ ୩ ବର୍ଷର ଅସୀମିତ କିଲୋମିଟର ୱାରେଣ୍ଟି ପାଇପବେ। ଚାରିଟି ଗ୍ରେଡ୍‌ ଏସ୍‌ଭି, ଭି, ଭିଏକ୍ସ ଓ ଜେଡ୍‌ଏକ୍ସରେ ଏହା ଉପଲବ୍ଧ ହୋଇଛି। ନୂଆ ସିଟି ଇ-ଏଚ୍‌ଇଭି ମଡେଲ୍‌ରେ ମଧ୍ୟ ଏହା ଉପଲବ୍ଧ ହୋଇଛି। ଗ୍ରାହକମାନେ ଏହାର ଲିଥିୟମ୍ ଆୟନ୍‌ ବ୍ୟାଟେରି ଉପରେ ୮ ବର୍ଷ କିମ୍ବା ୧,୬୦,୦୦୦ କିମିର ୱାରେଣ୍ଟି ପାଇପାରିବେ।

ସମ୍ବନ୍ଧିତ ଖବର