ନୂଆ‌ ହୋଣ୍ଡା ସିଭିକ୍‌ର ଉତ୍ପାଦନ ଆରମ୍ଭ

ନୂଆଦିଲ୍ଲୀ: ହୋଣ୍ଡା ସିଭିକ୍‌ର ୧୦ମ ପିଢ଼ିର ଉତ୍ପାଦନ ହୋଣ୍ଡା କାରସ୍‌ ଲିମିଟେଡ୍‌ର ଗ୍ରେଟର ନୋଏଡା ଠାରେ ଥିବା କାରଖାନାରେ ଆରମ୍ଭ ହୋଇଛି। କଂପାନିର ବରିଷ୍ଠ ଉପସଭାପତି ରାଜେଶ ଗୋଏଲ କହିଛନ୍ତି ଯେ, ମାର୍ଚ ୭ରେ ଏହି କାର୍‌କୁ ଉନ୍ମୋଚନ କରାଯିବ। ଭାରତରେ ପ୍ରବେଶ କରିବା ଦିନ ଠାରୁ ସିଭିକ୍ ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଥିଲା। ଏହାର ୧୦ମ ପିଢ଼ିକୁ ଗ୍ରାହକମାନେ ଚାହିଁ ରହିଛନ୍ତି। ସିଭିକ୍‌ ହେଉଛି ଏକ ପ୍ରିମିୟମ୍ ବର୍ଗର ସେଦାନ୍ ଯେଉଁଥିରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେବ। ଏହାର ମାଇଲେଜ୍ ଲିଟର ପିଛା ୨୬.୮ କିମି ରହିବ।

ସମ୍ବନ୍ଧିତ ଖବର