ଭୁବନେଶ୍ବରରେ ନୂଆ ହୋଟେଲ୍ ‘ଲେମନ୍ ଟ୍ରି ପ୍ରିମିୟର୍‌’

ଭୁବନେଶ୍ବର: ଫର୍ଚୁନ ଟାୱାର ପଛ ପଟେ ସ୍ଥାପନ କରାଯାଇଥିବା ଲେମନ୍ ଟ୍ରି ପ୍ରିମିୟର୍‌ ହୋଟେଲ୍‌କୁ ଆଜି ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାରେ ପର୍ଯ୍ୟଟନର ବିପୁଳ ସମ୍ଭାବନା ଥିବା ବେଳେ ଅତିଥିମାନଙ୍କ ରହଣୀ ପାଇଁ ରାଜ୍ୟରେ ଅଧିକ ହୋଟେଲ୍‌ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ହୋଟେଲ୍‌କୁ ୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ ନିର୍ମାଣ କରାଯାଇଥିବା ୧୨ ମହଲା ବିଶିଷ୍ଟ କୋଠାରେ ଖୋଲାଯାଇଛି। ପ୍ରାୟ ସାଢ଼େ ତିନି ଲକ୍ଷ ବର୍ଗଫୁଟ ଜମିରେ ସ୍ଥାପନ କରାଯାଇଥିବା ଏହି ହୋଟେଲ୍‌ରେ ବିଶାଳ ପାର୍କିଂର ବ୍ୟବସ୍ଥା ରହିଛି। ହୋଟେଲ୍‌ରେ ୭୬ଟି ଡିଲକ୍ସ ରୁମ୍ ଓ ସୁଇଟସ୍‌, ସୁଇମିଂ ପୁଲ୍‌, ବାର, ଗୋଟିଏ ଥାଇ ଓ ଗୋଟିଏ ଚାଇନିଜ୍ ରେସ୍ତୋରାଁ, ସ୍ପା‌, ଜିମ୍ ଏବଂ ୫୦୦୦ ବର୍ଗଫୁଟର ଡେକ୍ ଏରିଆ ଆଦି ବ୍ୟବସ୍ଥା ହୋଟେଲ୍‌ରେ ରହିଛି।

ଆଜି ହୋଟେଲ୍‌ ପରିସରରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଲେମନ୍‌ ଟ୍ରିର ଉପସଭାପତି (ଅପରେସନ) ମହେଶ ଆୟାର, ହୋଟେଲ୍‌ର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ରାଉତରାୟ, ହାର୍ଦ୍ଦିକ ରାଉତରାୟ ଓ ଉମଙ୍ଗ ରାଉତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର