ସ୍ମାର୍ଟରନ୍ର ଟି ଫୋନ୍ ପି
ସ୍ମର୍ଟରନ୍ ପକ୍ଷରୁ ଟି ଫୋନ୍ ପିକୁ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ୫୦୦୦ ଏମ୍ଏଏଚ୍ ବ୍ୟାଟେରି। ଫ୍ଲିପ୍କାର୍ଟରେ ଉପଲବ୍ଧ ହେଉଥିବା ଏହି ଫୋନ୍କୁ ଥରେ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ଚାର୍ଜ ରହିବ। ଏଥିରେ ୫.୨ ଇଞ୍ଚ୍ର ଏଚ୍ଡି ସ୍କ୍ରିନ୍ ରହିଛି। ଶକ୍ତିଶାଳୀ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ପ୍ରୋସେସର ସହିତ ଏଥିରେ ରହିଛି ୩ ଜିବି ରାମ୍। ଏହାର ପଛରେ ୧୩ ଏମ୍ପି ଏବଂ ସାମ୍ନାରେ ୫ ଏମ୍ପି କ୍ୟାମେରା ରହିଛି। ଏଥିରେ ଫିଙ୍ଗରପ୍ରିଣ୍ଟ୍ ସେନ୍ସର୍ ସୁବିଧା ମଧ୍ୟ ରହିଛି। ଏହାର ମୂଲ୍ୟ ହେଉଛି ୭୯୯୯ ଟଙ୍କା।
ସାମସଙ୍ଗ୍ ଗାଲାକ୍ସି ଅନ୍୭ ପ୍ରାଇମ୍
ସାମସଙ୍ଗ ଇଣ୍ଡିଆ ପକ୍ଷରୁ ସାମସଙ୍ଗ ମଲ୍ ସୁବିଧା ଥିବା ଗାଲାକ୍ସି ଅନ୍୭ ପ୍ରାଇମ୍କୁ ଉନ୍ମୋଚିତ କରାଯାଇଛି। ସାମସଙ୍ଗ ମଲ୍ ହେଉଛି ଏକ ବୈପ୍ଳବିକ ଉପାୟ ଯାହା ଜରିଆରେ ନିଜ ସ୍ମାର୍ଟଫୋନ୍ରେ ଉତ୍ପାଦକୁ ସୁଟିଂ କରି ସପିଙ୍ଗ କରିହେବ, ଶ୍ରେଷ୍ଠ ଅନଲାଇନ୍ ଡିଲ୍ ପାଇହେବ ଏବଂ ଯେକୌଣସି ସମୟରେ ପେମେଣ୍ଟ୍ କରାଯାଇପାରିବ। ଏଥିରେ ରହିଛି ୫.୫ ଇଂଚ୍ ସ୍କ୍ରିନ୍ ଏବଂ ୨.୫ ଡି ଗୋରିଲା ଗ୍ଲାସ୍। ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ବହୁତ ଉପଯୋଗୀ କାରଣ ଏଥିରେ ୧୩ ଏମ୍ପି ପଛ ଏବଂ ସାମ୍ନା କ୍ୟାମେରା ରହିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୨,୯୯୦ ଟଙ୍କା।
‘ବ୍ରିଲିଆଣ୍ଟ୍ ସ୍ୱାଗତମ’ ଅଗରବତୀ
ରାଜ୍ୟର ଅଗ୍ରଣୀ କଂପାନି ବ୍ରିଲିଆଣ୍ଟ୍ ପକ୍ଷରୁ ନୂଆ ବ୍ରିଲିଆଣ୍ଟ୍ ସ୍ୱାଗତମ୍ ଅଗରବତୀର ବଜାର ପ୍ରବେଶ କରାଯାଇଛି। ସାତପଡ଼ାଠାରେ ଆୟୋଜିତ ବିତରକ ସମ୍ମିଳନୀରେ ଏହାକୁ ଉନ୍ମୋଚନ କରାଯାଇଛି। ଏଥିରେ ପାଖାପାଖି ୯୦ ବିତରକ ଯୋଗ ଦେଇଥିଲେ। ପୂର୍ବରୁ ବଜାରରେ ଥିବା କଂପାନିର ଧୂପକାଠି ବ୍ରାଣ୍ଡ୍ଗୁଡ଼ିକ ହେଉଛି ବ୍ରିଲିଆଣ୍ଟ୍ ନଂ-୧, ବ୍ରିଲିଆଣ୍ଟ୍ ୧୦୦, ବ୍ରିଲିଆଣ୍ଟ୍ ୨ ଇନ୍ ୧, ବ୍ରିଲିଆଣ୍ଟ୍ କ୍ଲାସିକ୍, ବ୍ରିଲିଆଣ୍ଟ୍ ରୟାଲ୍ ଏବଂ ବ୍ରିଲିଆଣ୍ଟ୍ ସ୍ଲିପ୍ଗାର୍ଡ। ଆଗାମୀ ଦିନରେ କଂପାନି ଆହୁରି ସୁଗନ୍ଧଯୁକ୍ତ ଧୂପକାଠି ଆଣିବ ବୋଲି କଂପାନିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ କହିଛନ୍ତି। ଆଗାମୀ ୪-୫ ମାସ ଭିତରେ କଂପାନି ଏହାର ଉତ୍ପାଦକୁ ରାଜ୍ୟର ସବୁ ଜିଲ୍ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।