ନୂଆ ‘ଇଣ୍ଡଲଜ୍‌ ସାଲୁନ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର: ଇଣ୍ଡଲଜ୍‌ ସାଲୁନ୍‌ର ନୂଆ ଆଉଟ୍‌ଲେଟ୍‌ ୟୁନିଟ୍‌-୨ଠାରେ ଥିବା ବିଏମ୍‌ସି କେଶରୀ ମଲ୍‌ରେ ଉଦ୍‌ଘାଟିତ ହୋଇଛି। ଏହି ୟୁନିସେକ୍ସ ସାଲୁନକୁ ଓଡ଼ିଆ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଏଲିନା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏକ ବ୍ରାଇଡାଲ ମେକଅପ୍‌ ଓ ବ୍ରାଇଡାଲ ଫ୍ୟାସନ ସୋ’ ଆୟୋଜନ କରାଯାଇଥିଲା। ସବ୍ୟସାଚୀ ଓ ଏଲିନା ସେଥିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଇଣ୍ଡଲଜ୍‌ ସାଲୁନ୍‌ର ତତ୍ତ୍ୱାବଧାୟକ ସୁକ୍ରିତି ପଟ୍ଟନାୟକ ଓ ଫ୍ରାଞ୍ଚାଇଜ୍‌ ମୁଖ୍ୟ ଦୀପ୍ତି ନାୟକ ଉପସ୍ଥିତ ଥିଲେ। ଏଠାରେ ଗ୍ରାହକଙ୍କ ପାଇଁ ବିଭିନ୍ନ ରିହାତି ଓ ଅଫର ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର